କୋଲକତା: ପଶ୍ଚିମବଙ୍ଗର ମାଲଦାରେ ଏସଆଇଆର୍ କାର୍ଯ୍ୟରେ ନିୟୋଜିତ ୭ ଜଣ ନ୍ୟାୟିକ ଅଧିକାରୀଙ୍କୁ ଗତ ୧ ତାରିଖରେ ୭ ଘଣ୍ଟା ଧରି ବିନା ଖାଦ୍ୟ ପାନୀୟରେ ଅଟକ ରଖାଯାଇଥିଲା । ଭୋଟର ତାଲିକାରୁ ବାଦ୍ ପଡିଥିବା କିଛି ଲୋକ ଅଟକ ରଖିଥିଲେ । ଗତକାଲି ଏହି ଘଟଣାରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରି ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରିଛନ୍ତି ।
ଅନ୍ୟପଟେ, ୭ ନ୍ୟାୟିକ ଅଧିକାରୀଙ୍କୁ ଘେରାଉ ଘଟଣାର ତଦନ୍ତ ପାଇଁ ଏକ ୨୪ ଜଣିଆ ଏନଆଇଏ ଟିମ୍ ମାଲଦାର ମୋଥାବରୀ ଏବଂ କାଳିଆଛକ ଥାନାରେ ପହଞ୍ଚିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାଲଦାରେ ନ୍ୟାୟିକ ଅଧିକାରୀଙ୍କୁ ଅଟକ ଘଟଣାର ତଦନ୍ତ ପାଇଁ ନିର୍ବାଚନ କମିସନଙ୍କ ଦ୍ବାରା ଏନଆଇଏ ଟିମ୍ ମୁତୟନ ହୋଇଥିବା ସୂଚନା ରହିଛି ।
ଏହି ସଂଘୀୟ ତଦନ୍ତ ସଂସ୍ଥାର ଏକ ୨୪ ଜଣିଆ ଟିମ୍ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛନ୍ତି । ଏହି ଘଟଣାରେ ଶୁକ୍ରବାର ମୋଥାବରୀ ଏବଂ କାଳିଆଛକ ଥାନାରେ ମୋଟ୍ ୧୯ଟି ମାମଲା ରୁଜୁ କରାଯାଇଛି । ମାମଲାରେ ମାଷ୍ଟରମାଇଣ୍ଡ ସମେତ ମୋଟ୍ ୩୫ ଜଣଙ୍କୁ ଗିରଫ କରାଗଲାଣି ।