ଭୁବନେଶ୍ୱର: ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ସରକାର ଚିନ୍ତା କରିଛନ୍ତି । ସେମାନଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେବାକୁ ଯାଉଛନ୍ତି । ଏଣିକି ଭିକ୍ଷା ମାଗୁଥିବା ଲୋକଙ୍କ ପାଇଁ ଖୋଲାଯିବ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ।ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ଥଇଥାନ ପାଇଁ ପ୍ରଥମ ପ୍ରର୍ଯ୍ୟାୟରେ ପୁରୀ ଓ ଭୁବନେଶ୍ୱରରେ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ । ଏହା ତାଙ୍କ ଆର୍ଥିକ କଷ୍ଟ ଦୂର କରିବ । ପୁରୀ ଓ ଭୁବନେଶ୍ୱର ପରେ ସାରା ରାଜ୍ୟରେ ଏହି ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ ବୋଳି ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।
ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରକୁ ବିଶ୍ୱ ପର୍ଯ୍ୟଟନ ସ୍ଥଳିରେ ସାମିଲ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ନେଇଛନ୍ତି । ଏବେ ସରକାର ଭିକାରୀଙ୍କୁ ରୋଜଗାରକ୍ଷମ କରିବା ଓ ସେମାନଙ୍କ ଆର୍ଥିକ ସଂକଟ ଦୂର କରିବା ପାଇଁ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି ।
BREAKING NEWS
- ନାକଚ ହୋଇଯିବ କି ଲାଲୁ ଯାଦବ ଝିଅଙ୍କ ପ୍ରାର୍ଥପତ୍ର
- ୪୪ ଡିଗ୍ରୀ ସହ ବୌଦ୍ଧ ଓ ନୂଆପଡ଼ା ରାଜ୍ୟର ଉତ୍ତପ୍ତ ସହର, ଉପକୂଳରୁ ହଟିଲା ଗ୍ରୀଷ୍ମପ୍ରବାହ ସ୍ଥିତି
- ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଫୁଙ୍କିଲେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସଂଗ୍ରାମ ମହାପାତ୍ର
- ଗୁଣୁପୁରରୁ ନବୀନ ସରକାର ଉପରେ ବର୍ଷିଲେ ସାଂସଦ ବିପ୍ଳବ କୁମାର ଦେଓ
- କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ: ଏଚଡି ରେଭନ୍ନାଙ୍କୁ ଗିରଫ କଲା ଏସିଆଇଟି
- ବାୟୁସେନା ବାହନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ: ୫ ଯବାନ ଆହତ
- ୟୁନିସେଫ୍ ର ଭାରତର ନ୍ୟାସନାଲ ଆମ୍ବାସାଡାର ହେଲେ କରୀନା
- ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦୁଝର ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାୟକ
- ରୋହିତ ଶର୍ମା ଆଘାତପ୍ରାପ୍ତ !
- ଓଡ଼ିଶା ଭଳି ରାଜ୍ୟର ନେତା, ତା ନିଜ ମାଟିର ପୁଅ ହୁଅନ୍ତୁ; ଜୟଶଙ୍କର