Latest Odisha News

BREAKING NEWS

୨୭୮୧ କୋଟି ଟଙ୍କାର ବ୍ୟାପକ ବନ୍ୟା ପରିଚାଳନା ଯୋଜନା ପ୍ରସ୍ତୁତ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ଦ୍ୱାରା ହେଉଥିବା କ୍ଷୟକ୍ଷତିକୁ ହ୍ରାସ କରିବାକୁ ସରକାର ନୂଆ ଯୋଜନା ଆଣିଛନ୍ତି । ୨୭୮୧ କୋଟି ଟଙ୍କାର ବ୍ୟାପକ ବନ୍ୟା ପରିଚାଳନା ଯୋଜନା ପ୍ରସ୍ତୁତ ହୋଇଛି । ଏହି ଯୋଜନା ଆସନ୍ତା ୫ବର୍ଷ(୨୦୨୫- ୨୬ରୁ ୨୦୨୯-୩୦) ମଧ୍ୟରେ ଲାଗୁ ହେବ । ଏହାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି ।

ଯୋଜନାରେ ତଟବନ୍ଧ ଉନ୍ନତୀକରଣ, ସଶକ୍ତୀକରଣ, ଲୁଣାବନ୍ଧ ସୁରକ୍ଷା, ପୁନରୁଦ୍ଧାର, ଉପକୂଳ କ୍ଷୟ ନିୟନ୍ତ୍ରଣ କରାଯିବ । ଏହା ସହିତ ବନ୍ୟା ପୁର୍ବାନୁମାନ, ବନ୍ୟା ପ୍ରସ୍ତୁତି, ବନ୍ୟାପ୍ରବଣ ଅଞ୍ଚଳ ଚିହ୍ନଟ, ପ୍ରକ୍ରିୟାଗତ ସଂସ୍କାର ତଥା ଉଦ୍ଧାର କାର୍ଯ୍ୟ ରହିବ ।

ସେହିପରି, ୩୫୨ କୋଟି ଟଙ୍କା ଖର୍ଚ୍ଚ କରି ୨୦୧୧ରୁ ବନ୍ଦ ପଡ଼ିଥିବା ବଡ଼ମ୍ବା ଚିନିକଳର ପୁନରୁଦ୍ଧାର କରାଯିବ । ଯାହା ଦ୍ୱାରା ଦୈନିକ ୩୫୦୦ ଟନ୍ ଆଖୁ ପେଡ଼ିବା ସହ ସଲଫର-ମୁକ୍ତ ଚିନି ଉତ୍ପାଦନ ହୋଇପାରିବ । ୫୦୦ରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ବଡ଼ମ୍ୱା ଏବଂ ଆଖପାଖ ଅଞ୍ଚଳର ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ହେବ ।

Leave A Reply

Your email address will not be published.