Latest Odisha News

BREAKING NEWS

ବିପୁଳ ପରିମାଣର କଫ୍ ସିରଫକୁ ଚାଲାଣ ବେଳେ ଜବତ, ୨ ଅଟକ

ସୋନପୁର: ଥମୁନି ଚୋରା କଫ ସିରଫ ବେପାର । ଆଜି ପୁଣି ସୋନପୁରରୁ ଜବତ ହେଲା ପେଟି ପେଟି କଫ୍ ସିରପ୍ । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଜିଲ୍ଲାର ବ୍ଲକ୍ ଛକରୁ ଏସବୁକୁ ଜବତ କରାଯାଇଛି ।

ରବିବାର ସୋନପୁର ପୋଲିସ ବିପୁଳ ପରିମାଣର କଫ୍ ସିରପକୁ ଚାଲାଣ ବେଳେ ଜବତ କରିଛି । ପ୍ରାୟ ୨୫ ପେଟିର କଫ୍ ସିରଫ୍ ସହ ଏକ ପିକ୍ ଅପ୍ ଭ୍ୟାନକୁ ଅଟକ ରଖାଯାଇଛି । ଯାଞ୍ଚ୍ ବେଳେ ଏସମସ୍ତ ସିରପ୍ ବେଆଇନ୍ ବୋଲି ପୋଲିସ ଜାଣିବାକୁ ପାଇଛି ।

ଗତ କିଛି ଦିନ ତଳେ ମଧ୍ୟ ସୋନପୁର ପୋଲିସ ବିପୁଳି ପରିମାଣର ଗଞ୍ଜେଇ ଏବଂ କଫ୍ ସିରପ୍ ଜବତ କରିଥିଲା ।

Leave A Reply

Your email address will not be published.