Latest Odisha News

BREAKING NEWS

ଆସନ୍ତା ୧୦ ଯାଏଁ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା; ସେପଟେ, କାଳବୈଶାଖୀରେ ତାଣ୍ଡବରେ ୨ ମୃତ

ଭୁବନେଶ୍ବର: ରାଜ୍ୟରେ ଗତ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ, ଅପରାହ୍ନ ହେବା ମାତ୍ରେ, କାଳବୈଶାଖୀ ତାର ତାଣ୍ଡବ ରଚୁଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ଝଡ଼ତୋଫାନ ସହ ବର୍ଷା ହୋଇଛି ।

ରାଜଧାନୀ ଭୁବନେଶ୍ୱରରୁ ନେଇ ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ରାୟଗଡ଼ା, ଢେଙ୍କାନାଳ, ଅନୁଗୁଳ, ଚାନ୍ଦବାଲି, ହୀରାକୁଦ, ଯାଜପୁରରେ ପ୍ରବଳ ବର୍ଷା ସମେତ ବିଜୁଳି ଓ ଘଡ଼ଘଡ଼ି ହୋଇଥିଲା । ବଜ୍ରପାତରେ ନୟାଗଡ଼ରେ ଜଣେ ଓ ଗଞ୍ଜାମର ଖଲିକୋଟରେ ଆଉ ଜଣକର ମୃତ୍ୟୁ ହୋଇଛି ।

୧୦ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ । ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ପଶ୍ଚିମା ଝଡ଼ ଓ କାଳବୈଶାଖୀର ପ୍ରଭାବରେ ଅପରାହ୍ନରେ ବିଜୁଳି ଓ ଘଡ଼ଘଡ଼ି ସହ ପବନ ବହିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

୭ ଓ ୮ ତାରିଖ ଦୁଇ ଦିନ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକକୁ ଏହି ସତର୍କତା ଜାରି କରାଯାଇଛି ।

ସୋମବାର କାଳବୈଶାଖୀର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି ।

୯ ତାରିଖ ଯାଏଁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ଝଡ଼ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ଆକଳନ କରିଛି । ୧୦ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ ।

Leave A Reply

Your email address will not be published.