ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି। ମାଆଙ୍କ କୋଠ ବାକ୍ସ ଓ ଷ୍ଟୋର ରୁମ୍ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମାଆଙ୍କ ସ୍ଵର୍ଣ୍ଣ ଅଳଙ୍କାର ସହ କୋଠ ବାକ୍ସରେ ଥିବା ଟଙ୍କା ମଧ୍ୟ ନେଇ ଯାଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ମାଆ ଭଦ୍ରକାଳୀଙ୍କ ପୀଠରେ ଘୋଡ଼ା ମେଲଣ ସରିବା ପରେ ବିଳମ୍ବିତ ରାତ୍ରୀରେ ଦୁର୍ବୃତ୍ତ ମାନେ ମାଆଙ୍କ ମନ୍ଦିରରେ ପଶି କୋଠ ବାକ୍ସ ଓ ଷ୍ଟୋର ରୁମ୍ ତାଲା ଭାଙ୍ଗି ମାଆଙ୍କ ସ୍ଵର୍ଣ୍ଣ ଅଳଙ୍କାର ସହ ଟଙ୍କା ନେଇଥିବା ଜଣାପଡ଼ିଛି।
କେତେ ସ୍ଵର୍ଣ୍ଣ ଅଳଙ୍କାର ଓ ଟଙ୍କା ଚୋରି ହୋଇଛି ତାହା ଜଣାପଡ଼ିନାହିଁ। ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ତେବେ ଆଜି ସକାଳେ ମନ୍ଦିରର ମୁଖ୍ୟ ଦ୍ଵାର ଖୋଲା ହେବା ପରେ ସେବାୟତ ମାଙ୍କ କୋଠ ବାକ୍ସରେ ପଡ଼ିଥିବା ତାଲା ଭାଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇନଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମନ୍ଦିର ଭିତରେ ଚୋରି ହେବାକୁ ନେଇ ମାଆଙ୍କ ନୀତିକାନ୍ତି ବନ୍ଦ ରହିଛି। ମନ୍ଦିରରେ ଅବ୍ୟବସ୍ଥାକୁ ନେଇ ସେବାୟତ ମାନେ ମନ୍ଦିର ସମ୍ମୁଖରେ ଧାରଣାରେ ବସିଛନ୍ତି।