Latest Odisha News

BREAKING NEWS

 ସିଙ୍ଗାପୁରରେ ପାଳିତ ହେଲା ଉତ୍କଳ ଦିବସ ୨୦୨୬, ମନମୁଗ୍ଧ କଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ

ସିଙ୍ଗାପୁର :ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ଜିଆଇଆଇଏସ ଅଡିଟୋରିୟମ୍‌ରେ ଉତ୍କଳ ଦିବସ ୨୦୨୬ ବିଶେଷ ପାଳିତ ହୋଇଛି । ଏହି ଅବସରରେ ଓଡ଼ିଶାର ସମୃଦ୍ଧ ସାହିତ୍ୟ, ସଂସ୍କୃତି ଓ ପାରମ୍ପରିକ ଐତିହ୍ୟକୁ ଉଦ୍‌ଘାଟିତ କରାଗଲା । ଓଏସଏସ ଅଧ୍ୟକ୍ଷ ସୁବ୍ରତ ନାୟକଙ୍କ ଅଭିଭାଷଣ ଦ୍ୱାରା ଅତିଥିମାନଙ୍କୁ ସ୍ୱାଗତ କରାଗଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ, ଶିଳ୍ପକ ଆମ୍ବୁଲେ ସିଙ୍ଗାପୁରରେ ଭାରତର ଉଚ୍ଚାୟୁକ୍ତ, ସହିତ ଏମସିସିୱାଇ , ଭାରତୀୟ ବ୍ୟାଙ୍କ ଓ ବିଭିନ୍ନ ସମାଜିକ ସଂଗଠନର ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ। ଏହି ଅବସରର ସବୁଠାରୁ ବଡ଼ ଆକର୍ଷଣ ଥିଲା ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ଲାଇଭ୍ ସ୍ୟାଣ୍ଡ ଆନିମେସନ୍ ପ୍ରଦର୍ଶନ ।  ଏହି ପ୍ରଦର୍ଶନ କେବଳ ମନୋରଞ୍ଜନ ନୁହେଁ, ବରଂ ଭାରତ ଓ ସିଙ୍ଗାପୁର ମଧ୍ୟରେ ସାହିତ୍ୟିକ ଏବଂ ସଂସ୍କୃତିକ ସେତୁ ତିଆରି କରିଥିଲା। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ସୁଦାମ ପ୍ରଧାନଙ୍କ କଳାକୁ ବିଶେଷ ଭାବେ ପ୍ରଶଂସା କରିଥିଲେ ଏବଂ ଏହାକୁ ଆନ୍ତର୍ଜାତୀୟ ମଞ୍ଚରେ ଭାରତୀୟ ସଂସ୍କୃତିର ସୁନ୍ଦର ପ୍ରତିନିଧିତ୍ୱ ବୋଲି କହିଥିଲେ ।

ଏହା ସହିତ, ସୁଦାମ ପ୍ରଧାନ ଓଡିଓପି ପ୍ରଦର୍ଶନୀରେ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଉପରେ ଆଧାରିତ ଏକ ଛୋଟ ଟେବଲ୍‌ଟପ୍ ବାଲୁକା ଶିଳ୍ପ ସୃଷ୍ଟି କରିଥିଲେ, ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ। ଏହି କାର‌୍ୟ୍ୟକ୍ରମରେ ଓଡ଼ିଶାର ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ପ୍ରଦର୍ଶନ ସହିତ ଯୁବ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଜଣେ ସ୍ଥାପକ ସଦସ୍ୟଙ୍କୁ ଲାଇଫ୍‌ଟାଇମ୍ ଏଚିଭ୍‌ମେଣ୍ଟ ପୁରସ୍କାର ଦିଆଯାଇଥିଲା । ଶେଷରେ  ସଚିବ ପ୍ରମୋଦ ସାହୁ ଧନ୍ୟବାଦ ଜଣାଇଥିଲେ । ସଂଗଠନର ସଦସ୍ୟମାନେ ସଞ୍ଜୀବ ସାହୁ, ସ୍ୱାଗତିକା ବିଶ୍ୱାଳ, ରଞ୍ଜିତ ସାହୁ, ସାଲୋନୀ ଦାସ, ବିଜୟଲକ୍ଷ୍ମୀ ବେହେରା, ମନୋରମା ଜେନା, ଶାରଦା ସାହୁ, ଲଗ୍ନଜିତ ପଟ୍ଟନାୟକ, ସୌମ୍ୟ ପାଲ, ସତ୍ୟମ ପାଣ୍ଡା ଓ ସୁଶାନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.