Latest Odisha News

BREAKING NEWS

ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର: ଓଲିଉଡ଼ ଜଗତରୁ ଆସିଲା ଦୁଃଖଦ ଖବର। ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ। ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ପିପିଲି ଅଞ୍ଚଳର ଶିଳ୍ପପତି ଏବଂ ସମାଜସେବୀ ରବି ସ୍ବାଇଁଙ୍କର ୭୫ବର୍ଷ ବୟସରେ ଆଜି ସକାଳ ପ୍ରାୟ ୬ଟାରେ ଚିକିତ୍ସାଧିନ ଅବସ୍ଥାରେ ବିୟୋଗ ଘଟିଛି । ସେ ଲିଭର ସୋରିଆସିସ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ଓଲିଉଡ଼ ଜଗତରେ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଥିଲେ । ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ “ଜୋର ଯାର ମୂଲକ ତାର”, ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ “କି ହେବ ଶୁଆ ପୋଷିଲେ”, ଅବତାର ସିଂହଙ୍କ ନିର୍ଦ୍ଦେଶିତ “ପଞ୍ଜୁରୀ ଭିତରେ ଶାରୀ ” ଏବଂ ଉଦଣ୍ଡୀ ସୀତା” ଚଳଚ୍ଚିତ୍ର ତିଆରି କରିଥିଲେ ରବି ସ୍ବାଇଁ । ତାଙ୍କ ବିୟୋଗ ଖବରକୁ ନେଇ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.