Latest Odisha News

BREAKING NEWS

ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା । ଏଣିକି ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ୫ କିଲୋଗ୍ରାମ ବିଶିଷ୍ଟ ଛୋଟ ଗ୍ୟାସ୍ ସିଲିଣ୍ଡର FTLର ଦୈନିକ କୋଟାକୁ ଦୁଇଗୁଣା କରାଯିବ । ପ୍ରତି ରାଜ୍ୟରେ ଚାହିଦା ଅନୁଯାୟୀ ଏହି ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟଗୁଡ଼ିକରେ ଥିବା ବିଭିନ୍ନ ବିତରଣ କେନ୍ଦ୍ରରେ ଚାହିଦା ମୁତାବକ ଏହାର ଯୋଗାଣ ବଢ଼ାଯିବ । ଦେଶର ବିଭିନ୍ନ ପ୍ରାନ୍ତରେ କାର୍ଯ୍ୟରତ ପ୍ରବାସୀ ଶ୍ରମିକମାନଙ୍କୁ ରନ୍ଧନ ଗ୍ୟାସ ସୁବିଧା ଯୋଗାଇ ଦେବା ପାଇଁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ।

ଯେଉଁ ଶ୍ରମିକମାନେ କାମ ପାଇଁ ନିଜ ଘର ଛାଡ଼ି ବାହାରେ ରହୁଛନ୍ତି ସେମାନଙ୍କୁ ସହଜରେ ଏବଂ ଅଧିକ ସଂଖ୍ୟାରେ ରନ୍ଧନ ଗ୍ୟାସ ଉପଲବ୍ଧ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ସଚିବ କହିଛନ୍ତି । ଏହି ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ଏବଂ ସେମାନଙ୍କର ଖାଦ୍ୟ ଓ ନାଗରିକ ଯୋଗାଣ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.