Latest Odisha News

BREAKING NEWS

ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦିଙ୍କ ବୟାନ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ସେ ଦୃଢ଼ତା ସହକାରେ କହିଛନ୍ତି ଏବେ ଆଇପିଏଲର ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ୨୪୦୦ କୋଟି କ୍ଷତି ହେଉଛି । କମ ମ୍ୟାଚ ହେବା ଏହାର ମୂଖ୍ୟ କାରଣ ବୋଲି ସେ କହିଛନ୍ତି । ଆମେ ଯେଉଁ ଆଇପିଏଲ ତିଆରି କରିଥିଲୁ ଓ ବିକ୍ରି କରିଥିଲେ ଏହା ସେୟା ନୁହେଁ । ଆରମ୍ଭରୁ ଆମେ ପ୍ରତ୍ୟେକ ଟିମ ପରସ୍ପର ବିରୋଧରେ ୨ଟି ମ୍ୟାଚ ଖେଳୁଥିଲେ । ଏବେ ଆଇପିଏଲ ହୋମ ଆଣ୍ଡ ଆୱେ ସିଷ୍ଟମ ବଦଳାଇ ୭୪ ମ୍ୟାଚରେ ଏହାକୁ ସୀମିତ ରଖିଛି ।

୨୦୨୨ରେ ୧୦ଟି ଟିମ ହେବା ପରେ ଓଭରାଲ ୯୦ ମ୍ୟାଚ ଓ ୪ଟି ନକଆଉଟ ମ୍ୟାଚ ଖେଳାଯିବା ଉଚିତ । ଏହାକୁ ଏବେ ୭୪ ମ୍ୟାଚ କରି ଦିଆଯାଇଛି । ଅଧିକ ମ୍ୟାଚ ହେଲେ ମିଡିଆ ରାଇଟ୍ସ ଏବଂ ଅନ୍ୟ ବାବଦକୁ ଅଧିକ ଅର୍ଥ ମିଳନ୍ତା । ଯାହା ସମସ୍ତଙ୍କୁ ଫାଇଦାରେ ରଖିବ ବୋଲି ମୋଦି କହିଛନ୍ତି । ସୂଚନାଯୋଗ୍ୟ ଆଇପିଏଲ ତୃତୀୟ ସିଜନ ପରେ ବିସିସିଆଇ ତାଙ୍କୁ ସସପେଣ୍ଡ କରି ଦେଇଥିଲା । ଅଣ୍ଡରୱାର୍ଲ୍ଡର ଧମକ କାରଣ ଦର୍ଶାଇ ସେ ଲଣ୍ଡନ ପଳାଇ ଯାଇଥିଲେ । ପରେ ଇଡି ତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ ଜାରୀ କରିଛି । ସେବେଠାରୁ ସେ ଲଣ୍ଡନରେ ଅଛନ୍ତି ।

Leave A Reply

Your email address will not be published.