Latest Odisha News

BREAKING NEWS

ଫିଫା ବିଶ୍ୱକପ: ଭାରତରେ ପ୍ରସାରଣ ପାଇଁ ମିଳୁ ନାହାନ୍ତି ବ୍ରଡକାଷ୍ଟର

ନୂଆଦିଲ୍ଲୀ: ଆମେରିକା, କାନାଡା ଓ ମେକ୍ସିକୋରେ ୨୦୨୬ ଫିଫା ବିଶ୍ୱକପ ଆୟୋଜିତ ହେବ । ଫୁଟବଲର ଏହି ମହାକୁମ୍ଭକୁ ନେଇ ଦିନକୁ ଦିନ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । ତେବେ ଭାରତୀୟ ଫୁଟବଲପ୍ରେମୀଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର ସମ୍ମୁଖକୁ ଆସିଛି । ଏ ପର୍ଯ୍ୟନ୍ତ ଭାରତରେ ଏହାକୁ ପ୍ରସାରଣ କରିବା ପାଇଁ ବ୍ରଡକାଷ୍ଟର ମିଳୁ ନାହାନ୍ତି । ଫିଫା ମିଡିଆ ରାଇଟ୍ସକୁ ୧୦୦ ମିଲିୟନ ଡଲାରରୁ ୩୫କୁ ଖସାଇ ଦେଇଥିଲେ ମଧ୍ୟ ଏଥିପ୍ରତି ମଧ୍ୟ ବ୍ରଡକାଷ୍ଟରଙ୍କ ଆଗ୍ରହ ଦେଖିବାକୁ ମିଳି ନାହିଁ ।

ଏହାର ଆଉ ଏକ କାରଣ ହେଲା ମ୍ୟାଚ ପ୍ରସାରଣ ସମୟ ରାତି ୧୨ରୁ ସକାଳ ୭ ମଧ୍ୟରେ ରହିବ । ଯାହାକି ଭାରତୀୟଙ୍କ ପାଇଁ ଶୋଇବା ସମୟ । ଭାରତ ସ୍ଥାନ ନ ପାଇବା ପ୍ରଶଂସକଙ୍କ ଆଗ୍ରହକୁ ଆହୁରି କମାଇ ଦେଉଛି । ଅବଶ୍ୟ ୨୦୨୨ରେ ଭାରତରେ ୧୦ ମିଲିୟନ ଭ୍ୟୁୟର୍ସ ଏହାକୁ ଉପଭୋଗ କରିଥିଲେ । ଫାଇନାଲ ମ୍ୟାଚ ୩୨ ମିଲିୟନ ଲୋକ ଦେଖିଥିଲେ । ଫିଫା ଭାରତରେ ଏହାର ପ୍ରସାରଣ ପାଇଁ କିଛି କୋହଳ ମନୋଭାବ ଆପଣାଇ ପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.