Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ବେଳେ ଏହି ସବୁ ବଡ ପ୍ରତିଶୃତି ଦେଲେ ଅମିତ ଶାହ

କୋଲକତା: ପଶ୍ଚିମବଙ୍ଗ ଗସ୍ତ କରି ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ସେ ପଶ୍ଚିମବଙ୍ଗବାସୀଙ୍କୁ ଅନେକ ବଡ ବଡ ପ୍ରତିଶୃତି ଦେଇଛନ୍ତି । ନିର୍ବାଚନୀ ପ୍ରଚାର ବେଳେ ସେ ଘୋଷଣା କରିଛନ୍ତି ଯେ, ପ୍ରତି ମାସରେ ମହିଳାମାନଙ୍କୁ ମିଳିବ ୩ ହଜାର ଟଙ୍କା । ୧ ରୁ ୫ ତାରିଖ ମଧ୍ୟରେ ଲକ୍ଷ୍ମୀ ଭଣ୍ଡାର ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ।

ସମସ୍ତ ସରକାରୀ ଓ ବେତନଭୋଗୀ ବ୍ୟକ୍ତିବିଶେଷଙ୍କ ପାଇଁ ମଧ୍ୟ ମହଙ୍ଗା ଭତ୍ତା ସୁନିଶ୍ଚିତ କରାଯିବ । ୪୫ ଦିନ ମଧ୍ୟରେ ଭାରତ ସରକାରଙ୍କ ସପ୍ତମବେତନ କମିଶନ ସୁପାରିଶ ଏବଂ ଆୟୁଷ୍ମାନ ଭାରତ ଲାଗୁ କରାଯିବ । ପଶ୍ଚିମବଙ୍ଗରେ ଯଦି ବିଜେପି ଏଠାରେ ସରକାର କରେ ତେବେ ଏହି ସବୁ ସୁବିଧା ଦିଆଯିବ ବୋଲି ସେ କହିଛନ୍ତି ।

ସମାନ ନାଗରିକ ସଂହିତା ୬ ମାସ ମଧ୍ୟରେ ଲାଗୁ କରାଯିବ । ଏହାସହ ଗର୍ଭବତୀ ମହିଳାଙ୍କୁ ୬ଟି ପୃଷ୍ଟିକର କିଟ ସହିତ ୨୧ ହଜାର ଆର୍ଥିକ ସହାୟତା ପ୍ରଦାନ କରିବାର ଯୋଜନା ରହିଛି ।

ଚାଷୀମାନଙ୍କ ପାଇଁ ମଧ୍ୟ ଅର୍ଥରାଶିର ବର୍ଷା କରାଯାଇଛି । ଚାଷୀମାନଙ୍କୁ ମୋଟ ବାର୍ଷିକ ୯ ହଜାର ସହାୟତା ଦିଆଯିବ । ପଶ୍ଚିମବଙ୍ଗ ଗସ୍ତରେ ବିଧାନସଭା ପ୍ରଚାର ବେଳେ ଗୃହମନ୍ତ୍ରୀ ଏହିସବୁ ଘୋଷଣା କରିଛନ୍ତି । ଯୁବପୀଢି ଓ ମହିଳାମାନଙ୍କୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି । ବଙ୍ଗଳାର ସାଂସ୍କୃତିକ ପରିଚୟ ଓ ଗର୍ବର ପୁନରୁଦ୍ଧାର ଏହି ଡକ୍ୟୁମେଣ୍ଟରେ ପ୍ରମୁଖଭାବେ ଦର୍ଶାଯାଇଛି । ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେଇ ସଂକଳ୍ପପତ୍ରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଏମିତି ଏକ ପରିବେଶ ସୃଷ୍ଟି କରାଯିବ ଯାହା ଦ୍ୱାରା ଦିନ କିମ୍ବା ରାତିରେ ମହିଳାମାନେ ବାହାରକୁ ଯାଇପାରିବେ ।

ମହିଳାଙ୍କ ଉପରେ ଯେଉଁ ଅତ୍ୟାଚାର ହେଉଛି ତାହାର ଆଉ ପୁନରାବୃତ୍ତି ହେବନି ବୋଲି କୁହାଯାଇଛି । ଅମିତ ଶାହାଙ୍କ ଆଗରୁ ମୋଦି ମଧ୍ୟ ପ୍ରଚାରରେ ଆସି ଅନେକ ପ୍ରତିଶୃତି ଦେଇଛନ୍ତି । ତେବେ ବଙ୍ଗଳାବାସୀ କେନ୍ଦ୍ର ମୋଦି ଓ ଅମିତ ଶାହାଙ୍କୁ ଭରସା କରୁଛନ୍ତି ନା ପୁଣି ଥରେ ମମତା ଦିଦିଙ୍କୁ ଭରସା କରୁଛନ୍ତି ତାହା ସମୟ ହିଁ କହିବ ।

Leave A Reply

Your email address will not be published.