Latest Odisha News

BREAKING NEWS

ବେଳାଭୂମିରେ ମରି ପଡିଛନ୍ତି ବହୁସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ସମୁଦ୍ର ବେଳାଭୂମିରେ ଶହ ଶହ ସଂଖ୍ୟାରେ ବିରଳ ଅଲିଭ ରିଡଲେ କଇଁଛ ମରି ପଡିଥିବାର ଦେଖିବାକୁ ମିଳିଛି ।

କଇଁଛ ମାନଙ୍କ ମୃତ ଦେହ ହନୁମାନ ମନ୍ଦିର ସମୁଦ୍ର ବେଳାଭୂମି ନିକଟରୁ ଆରମ୍ଭ କରି ଷଣ୍ଢକୁଦ ବେଳାଭୂମି ପର୍ଯ୍ୟନ୍ତ ପଡିଥିବା ଦେଖିବାକୁ ମିଳିଛି ।

ଯାହାଫଳରେ ସମଗ୍ର ବେଳାଭୂମିରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ସମୁଦ୍ର ବେଳାଭୂମି ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଅସନ୍ତୋଷ ପ୍ରକାଶ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ମିଳୁଥିବା ସୂଚନା ଅନୁସାରେ, ନଭେମ୍ବର ୧ ତାରିଖରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ୨୦ କିଲୋମିଟର ଦୂର ସମୁଦ୍ର ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଲାଗିଥିଲେ ସୁଦ୍ଧା ଅନେକ ଟ୍ରଲର ମାଛ ଧରିବାକୁ ଯାଇଥିଲେ। ଟ୍ରଲରଗୁଡ଼ିକ ସହ ଆଘାତପ୍ରାପ୍ତ ହୋଇ କଇଁଛମାନେ ଏଭଳି ମୃତ୍ୟୁବରଣ କରୁଥିବା କୁହାଯାଉଛି ।

କେତେ ସଂଖ୍ୟାର କଇଁଚ ମରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାଥିବା ବେଳେ ତୁରନ୍ତ ମୃତ କଇଁଛ ଗୁଡିକୁ ପୋତାଯାଇ ବ୍ଲିଚିଂ ଛିଞ୍ଚନ କରିବାର ଆବଶ୍ୟକତା ରହିଥିବା ସ୍ଥାନୀୟ ଜନସାଧାରଣ ତଥା ପର୍ଯ୍ୟଟକ ଦାବି କରିଛନ୍ତି ।

Leave A Reply

Your email address will not be published.