ନୂଆଦିଲ୍ଲୀ:ହିମାଚଳପ୍ରଦେଶର କାଙ୍ଗଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଟ୍ରଲି ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସି ପଡ଼ିଛି। ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨ ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ଦେହରା-ଚିନ୍ତପୂର୍ଣ୍ଣି ରାସ୍ତାରେ ଥିବା ଏକ ଶିବ ମନ୍ଦିର ନିକଟରେ ଏକ ତୀକ୍ଷ୍ଣ ମୋଡ଼ରେ ଏହି ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଟ୍ରଲିଟି ହଠାତ୍ ନିୟନ୍ତ୍ରଣ ହରାଇ ୭୦ ଫୁଟ ଗଭୀର ଖାଇକୁ ଖସି ପଡ଼ିଥିଲା।
ସୂଚନା ଅନୁଯାୟୀ, ଟ୍ରଲିରେ ଯାତ୍ରା କରୁଥିବା ସମସ୍ତେ କପୁରଥଲାରୁ ମାତା ଚିନ୍ତାପୂର୍ଣ୍ଣିଙ୍କ ଦର୍ଶନ କରିବା ପରେ ଜ୍ୱାଳାମୁଖୀକୁ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।
ସେହିପରି ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।
कांकेर जिले के नाथिया नवागांव के पास हुई भीषण सड़क दुर्घटना की सूचना अत्यंत दुःखद एवं पीड़ादायक है।
दुर्घटना में एक ही परिवार के 6 लोगों के निधन के समाचार से मन अत्यंत व्यथित है। मेरी गहरी संवेदनाएं शोकाकुल परिजनों के साथ हैं। ईश्वर से प्रार्थना है कि दिवंगत आत्माओं को अपने…
— Vishnu Deo Sai (@vishnudsai) April 10, 2026
ଏହି ଘଟଣାଟି କୋତୱାଲି ଥାନା ଅଞ୍ଚଳର ନାଥିଆ ନବାଗାଁ ନିକଟରେ ଘଟିଛି। ଦୁଇଟି କାର ଦ୍ରୁତ ଗତିରେ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ଉଭୟ ଗାଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।