Latest Odisha News

BREAKING NEWS

ବିଶ୍ୱରେକର୍ଡ କରିପାରନ୍ତି ବୈଭବ

ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ବିଶ୍ୱରେକର୍ଡ କରିବା ପାଇଁ ଭାରତର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କ ନିକଟରେ ସୁଯୋଗ ଉପନୀତ ହୋଇଛି । ୧୫ ବର୍ଷ ବୟସରେ ସେ ଟି୨୦ କ୍ରିକେଟରେ ଦ୍ରୁତ ୧୦୦୦ ରନ ସଂଗ୍ରହ କରିବା ପାଇଁ ତାଙ୍କୁ ଆଉ ଗୋଟିଏ ଇନିଂସରେ ୯୯ ରନ ଆବଶ୍ୟକ ହେଉଛି । ଅଷ୍ଟ୍ରେଲୀୟ କ୍ରିକେଟର ବ୍ରାଡ ହଜ ୨୦୦୬ରେ ମାତ୍ର ୨୩ ଇନିଂସରେ ୧୦୦୦ ରନ ସଂଗ୍ରହ କରି ନେଇଥିଲେ । ୨୦ ବର୍ଷ ହୋଇଯାଇଥିଲେ ମଧ୍ୟ ଏବେ ବି ତାଙ୍କ ରେକର୍ଡ ଅତୁଟ ରହିଛି । ଶନ ମାର୍ଶ ୨୦୦୮ରେ ୨୩ ଇନିଂସରେ ୧୦୦୦ ରନ କରି ତାଙ୍କ ସମକକ୍ଷ ହୋଇଥିଲେ ।

ଏବେ ବୈଭବଙ୍କ ନିକଟରେ ସୁଯୋଗ ଉପନୀତ ହୋଇଛି । ସେ ୨୨ ଇନିଂସରେ ୯୦୧ ରନ କରିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ସେ ୯୯ ରନ କଲେ ବିଶ୍ୱ କ୍ରିକେଟରେ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ରେକର୍ଡର ଅଧିକାରୀ ହେବେ । ଅବଶ୍ୟ ସେ ଏବେ ବି ହଜଙ୍କୁ ପଛରେ ପକାଇ ପାରିବେ ନାହିଁ । ଚଳିତ ଆଇପିଏଲରେ ବୈଭବ ଜବରଦସ୍ତ ଫର୍ମରେ ରହିଛନ୍ତି । ତାଙ୍କଠାରୁ ଏହି ମ୍ୟାଚରେ ମଧ୍ୟ ଏକ ବଡ ଇନିଂସ ଆଶା କରାଯାଉଛି ।

Leave A Reply

Your email address will not be published.