Latest Odisha News

BREAKING NEWS

Tiger skin: ୩ମାସରେ ଦ୍ବିତୀୟ ଥର ପାଇଁ ବାଘଛାଲ ଜବତ ;୫ଗିରଫ

ନବରଙ୍ଗପୁର:ଡାବୁଗାଁ‌ ରେଞ୍ଜ୍‌ ଅଧୀନ ଅଞ୍ଚଳରୁ ଏକ କଲରାପତରିଆ ବାଘଛାଲ ସହ ୫ଜଣଙ୍କୁ ଗିରଫ କରାଯାଇଛି। ବନବିଭାଗର ବନ୍ୟପ୍ରାଣୀ ବିଭାଗକୁ ବିଶ୍ବସ୍ତସୂତ୍ରରୁ ଡାବୁଗାଁ ବନଖଣ୍ଡ ଅଞ୍ଚଳରେ କଲରାପତରିଆ ବାଘର ଛାଲ କିଣାବିକା ହେବ ବୋଲି ସୂଚନା ମିଳିଥିଲା।

ଚଳିତ ବର୍ଷ ଜାନୁଆରୀ ୨୩ରେ କୋଡିଙ୍ଗା ରେଞରେ ନୁନପାଣି ଗାଁରୁ କଲରାପତରିଆ ବାଘଛାଲ ଜବତ ହୋଇଥିଲା । ଗତ ୩ମାସରେ ଦ୍ବିତୀୟ ବାଘଛାଲ ଜବତ ହୋଇଛି ।

ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହି ବାଘଛାଲ କଳାହାଣ୍ଡି କିମ୍ବା ଛତିଶଗଡ଼ରୁ ଆସିଥିବା ଅନୁମାନ କରାଯାଉଛି। ଏହି ଛାଲ ୩୦ହଜାରରୁ ୫ଲକ୍ଷ ଯାଏଁ ବିକ୍ରି ହୋଇଥାଏ।

ଅଭିଯୁକ୍ତମାନେ ହେଲେ ମୈଦଲପୁର ଥାନା ଗୋପିଗୁଡା ଗ୍ରାମର ବାଇଚନ୍ଦ୍ର ମାଝୀ (୪୯), ନବରଙ୍ଗପୁର ଥାନା ପଖନାଗୁଡ଼ା ଗ୍ରାମର ମିହିର ହରିଜନ (୨୫), ମୈଦଲପୁରର ଶିବ କଲାର (୩୮), କେଦାର ନାଥ ବିଶୋଇ (୪୨) ଓ ନବରଙ୍ଗପୁର ଥାନା ବାନିଆ ଗ୍ରାମର ଅର୍ଜୁନ ହରିଜନ (୩୦) । ସେମାନଙ୍କ ନିକଟରୁ ଦୁଇଟି ବାଇକ୍ (ଓଡି ୨୪ ଏଫ୍ ୬୫୬୨, ଓଡି ୨୪ ବି ୨୪୨୫)ସହ ମୋବାଇଲ୍ ଜବତ କରାଯାଇଥିଲା।

ସୂଚନା ଆଧାରାରେ ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନିର୍ଦ୍ଦେଶରେ ଡାବୁଗାଁ ରେଞ୍ଜ ଅଧିକାରୀ ରାମଚନ୍ଦ୍ର ଭତରାଙ୍କ ନେତୃତ୍ବରେ ଟିମ୍‌ ଗଠିତ ହୋଇ ଚଢ଼ାଉ ହୋଇଥିଲା। ଚିକିଲି ସଂରକ୍ଷିତ ଜଙ୍ଗଲରୁ ଦୁଇ ବାଇକରେ ଗୋଟିଏ ବସ୍ତାରେ ନେଉଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ଗ୍ରାହକ ଭାବେ ଅଭିନୟ କରି ସେମାନଙ୍କ ସହ ମୂଲଚାଲ କରିଥିଲେ। ବନବିଭାଗର କର୍ମଚାରୀମାନେ ଅଭିଯୁକ୍ତଙ୍କୁ ୫ଲକ୍ଷ ଦେବାର ଲାଳସା ଦେଖାଇବା ପରେ ଅଭିଯୁକ୍ତ ମାନେ ଆସି ଧରାପଡ଼ିଥିଲେ। ଏହାପରେ ସେମାନଙ୍କ ଠାରୁ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଥିଲା।

Leave A Reply

Your email address will not be published.