Maha Bishuba Sankranti: ଓଡ଼ିଆ ନବ ବର୍ଷ ପାଳୁଛି ଓଡିଶା, ରାଷ୍ଟ୍ରପତିଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ… ଛୁଟିଛି ଶୁଭେଚ୍ଛାର ସୁଅ…
ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ଆଜି ଓଡିଆ ନବବର୍ଷ ଉପଲକ୍ଷେ ନୂତନ ପଞ୍ଜିକାର ଶୁଭାରମ୍ଭ ହୁଏ । ପ୍ରତିଟି ଓଡିଆ ଏହି ଦିନକୁ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ଓଡିଆ ପରମ୍ପରା ଅନୁଯାୟୀ ପଣାସଂକ୍ରାନ୍ତି ଅବସରରେ ଘରେ ଘରେ ପଣା ପ୍ରସ୍ତୁତ କରାଯାଏ, ଏହାସହିତ ପ୍ରତି ଘରର ନା ବୃନ୍ଦାବତୀଙ୍କ ଉପରେ ଏକ ମାଟିର ଠେକି ପାଣି ପୂରାଇ ବନ୍ଧଯାଏ। ଏହାକୁ କେଇ କେଇ ଠେକିବନ୍ଧା ସଂକ୍ରାନ୍ତି ବି କୁହନ୍ତି। ଏହା ସହିତ ଆଜିର ଦିନରେ ହନୁମାନ ଜୟନ୍ତୀ ମଧ୍ୟ ପାଳିତ ହୋଇଥାଏ ।
ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ ନେତା ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଓଡିଶାରେ ମହା ବିଶୁବ ସଂକ୍ରାନ୍ତି, ଓଡିଆ ନବବର୍ଷ ପାଳନ, ଓଡ଼ିଆଙ୍କ ପାଇଁ ବଡ଼ ଦିନ ହୋଇଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇ ସେ ଭାରତ ଏବଂ ବିଦେଶର ନାଗରିକମାନଙ୍କୁ ବୈଶାଖୀ, ବିଷୁ, ବିଷୁବ, ବୋହାଗ ବିହୁ, ପୋଇଲା ବୈଶାଖ, ମେସାଦି, ବୈଶାଖଦି, ପୁଥାଣ୍ଡୁ ଏବଂ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି।
ଏହି ପବିତ୍ର ଅବସରରେ, ମୁଁ ଭାରତ ଏବଂ ବିଦେଶରେ ଥିବା ମୋର ସମସ୍ତ ସହବାସୀଙ୍କୁ ମୋର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି ବୋଲି ରାଷ୍ଟ୍ରପତି ଲେଖିଛନ୍ତି।
ଆଜି ଓଡିଆଙ୍କ ପାଇଁ ଏକ ବଡ଼ ଦିନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ X ପୋଷ୍ଟରେ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ପଣାସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଆରେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ନୂତନ ବର୍ଷ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିବ। ସେ ବିଶ୍ୱ ସ୍ତରରେ ଓଡିଆ ପରିଚୟ ଏବଂ ସଂସ୍କୃତିକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଏଥିସହିତ ଆଗାମୀ ବର୍ଷରେ ନୂତନ ଆଶା ଏବଂ ସୁଯୋଗ ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ।
ସେହିପରି ସମ୍ଭାବନା, ସଫଳତା ଏବଂ ସମୃଦ୍ଧିର ସମୟ ଭାବରେ ଏହି ପର୍ବର ମହତ୍ତ୍ୱ ଉପରେ ଆଲୋକପାତ କରି ଉପ-ମୁଖ୍ୟମନ୍ତ୍ରୀ ପ୍ରବତୀ ପରିଡ଼ା ଶୁଭେଚ୍ଛା ଜଣାଇଥିଲେ। ଏହି ପବିତ୍ର ଦିନ ଆପଣଙ୍କ ଜୀବନରେ ଅପାର ସମ୍ଭାବନା, ସଫଳତା ଏବଂ ସମୃଦ୍ଧି ଆଣିଦେଉ ବୋଲି ସେ କହିଥିଲେ। ଉପ-ମୁଖ୍ୟମନ୍ତ୍ରୀ କେ ଭି ସିଂହ ଦେଓ ମଧ୍ୟ ଓଡ଼ିଆମାନଙ୍କୁ ଏକ ବିସ୍ତୃତ ବାର୍ତ୍ତା ଦେଇ ଶୁଭେଚ୍ଛା ଜଣାଇଛନ୍ତି। ସେ ସ୍ୱାସ୍ଥ୍ୟ, ଶାନ୍ତି ଏବଂ ସମୃଦ୍ଧି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିବା ସହିତ ସାଂସ୍କୃତିକ ଗର୍ବ, ଏକତା ଏବଂ ରାଜ୍ୟ ଏବଂ ଜାତିର ସେବା ଉପରେ ଗୁରୁତ୍ୱାରୋପ କରିଥିଲେ। ମୋର ସମସ୍ତ ପ୍ରିୟ ଓଡିଆ ଭାଇ ଓ ଭଉଣୀମାନଙ୍କୁ, ବିଡ଼ିଏ ନବର୍ବସୋ, ମହାବିଷୁବ ସଂକ୍ରାନ୍ତି ଏବଂ ପନା ସଂକ୍ରନ୍ତି ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା।