Latest Odisha News

BREAKING NEWS

ଆଶ୍ରମରେ ଝାଡ଼ାବାନ୍ତି ଘଟଣା; ଗଭୀର ଶୋକ ପ୍ରକାଶ ସହ ମୃତ ଛାତ୍ରୀଙ୍କ ପରିବାକୁ ସହାୟତା ରାଶି ଘୋଷଣା

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ବ୍ଲକ୍ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ବାସି ପଖାଳ ଓ ଆଳୁ ଟଟଣି ଖାଇବା ପରେ ୧୦୦ରୁ ଅଧିକ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଥିଲେ । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ରସଗୋବିନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ବେଳେ ସ୍ୱାସ୍ଥ୍ୟ ସମସ୍ୟାର ସୁଧାର ନହେବାରୁ ଗତକାଲି ସନ୍ଧ୍ୟାରେ ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଏଥିରେ ଜଣେ ରୂପାଲି ନାମକ ଛାତ୍ରୀ ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ରୂପାଲିର ମୃତ୍ୟୁ ଘଟିଛି ।

ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତ ଛାତ୍ରୀଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏଥିସହ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

ଏହି ଘଟଣାରେ ଜିଲ୍ଲାପାଳଙ୍କୁ ୨ଟି ସ୍ୱତନ୍ତ୍ର ଟିମ୍ ଭେଟି କାକବନ୍ଧ ଆଶ୍ରମ ସ୍କୁଲକୁ ପରିଦର୍ଶନ କରିବା ସହିତ ସ୍ଥିତି ସମୀକ୍ଷା କରି କେଉଁ ପରିସ୍ଥିତିରେ ଏତେ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେଲେ ତାର ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଭଳି ପରିସ୍ଥିତି ପାଇଁ ଯିଏ ବି ଦାୟୀ ରହିବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ଼ ମହାପାତ୍ର ପ୍ରକାଶ କରିଥିଲେ ।

Leave A Reply

Your email address will not be published.