Latest Odisha News

BREAKING NEWS

ଅସ୍ତ ହୋଇଯିବେ କି ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ ଜିତିଥିଲେ ମଧ୍ୟ ଏବେ ତାଙ୍କ ଫର୍ମ ଚିନ୍ତାର କାରଣ ସାଜିଛି । ବିଶ୍ୱକପରେ ମଧ୍ୟ ତାଙ୍କ ପ୍ରଦର୍ଶନ ଏତେଟା ପ୍ରଶଂସନୀୟ ରହିଥିଲା । ଏବେ ଚଳିତ ଆଇପିଏଲରେ ମଧ୍ୟ ତାଙ୍କ ବ୍ୟାଟ ନୀରବ ରହିଛି । ସୂର୍ଯ୍ୟକୁମାରଙ୍କ ସୂର୍ଯ୍ୟାସ୍ତ ହେବା ପରିସ୍ଥିତି ଉପୁଜିଛି । ଏବେ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ସୂର୍ଯ୍ୟକୁମାର ଏକପ୍ରକାର ଦଳର ନେତୃତ୍ୱ ନେବା ନିଶ୍ଚିତ ହୋଇଛି । ଏହି ୨ଟି ସିରିଜରେ ପ୍ରଦର୍ଶନ ତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ଏଥିରେ ବିଶେଷ ଭାବେ ତାଙ୍କ ବ୍ୟାଟିଂ ଉପରେ ତୀକ୍ଷଣ ନଜର ରହିବ । ଯଦି ଠିକଠାକ ରୁହେ ତେବେ ସେ ପୂର୍ବଭଳି ତାଙ୍କ ପଦ ବଜାୟ ରଖିବେ ।

ଫର୍ମ ବ୍ୟତୀତ ଚୟନ କମିଟିଙ୍କ ବୟସ ନେଇ ଚିନ୍ତା ବ୍ୟକ୍ତ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ବର୍ତମାନ ତାଙ୍କୁ ୩୮ ବର୍ଷ ହୋଇଥିବାରୁ କ୍ରିକେଟରେ ଏହି ଛୋଟ ଫର୍ମାଟରେ କିପରି ନିଜକୁ ଫିଟ ରଖୁଛନ୍ତି ତାହା ଉପରେ ମଧ୍ୟ ନଜର ରହିବ । ୨୦୨୫ରେ ସେ ୧୨୦ରୁ କମ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଥିଲେ । ଯାହାକି ଚିନ୍ତାର କାରଣ ସାଜିଛି । ଅବଶ୍ୟ ୨୦୨୬ରେ ସେ ୧୬୦ରୁ ଅଧିକ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରି ଆଶା ସଂଚାର କରିଛନ୍ତି । ଏବେ ଆଇପିଏଲରେ ଭଲ ପ୍ରଦର୍ଶନ କରି ସୂର୍ଯ୍ୟକୁମାର ପ୍ରଥମେ ଚୟନ କମିଟିଙ୍କୁ ଫର୍ମ ନେଇ ଆଶ୍ୱସ୍ତ କରିବାକୁ ପଡିବ । ଅନ୍ୟଥା ସୂର୍ଯ୍ୟକୁମାର ଅସ୍ତ ହେଇଯିବା ବଡ କଥା ହେବନି ।

Leave A Reply

Your email address will not be published.