Latest Odisha News

BREAKING NEWS

ନୋଏଡା ହିଂସାରେ ପାକିସ୍ତାନ କନେକ୍ସନ, ୩୦୦ ଗିରଫ

ନୂଆଦିଲ୍ଲୀ: ସୋମବାର ଦିନ ନୋଏଡାରେ ଶ୍ରମିକଙ୍କ ପ୍ରତିବାଦ ଶାନ୍ତିପୂର୍ଣ୍ଣ ଭାବରେ ଆରମ୍ଭ ହୋଇଥିଲା, କିନ୍ତୁ ଏହା ଶୀଘ୍ର ହିଂସାତ୍ମକ ରୂପ ନେଇଥିଲା। ହିଂସା ପରେ ୩୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା। ଶ୍ରମିକମାନେ ହରିୟାଣା ପରି ୩୫ ପ୍ରତିଶତ ମଜୁରୀ ବୃଦ୍ଧି ଦାବି କରୁଥିଲେ। କିନ୍ତୁ, ସେମାନଙ୍କ ଦାବି ପ୍ରତ୍ୟାଖ୍ୟାନ କରାଯିବା ଏବଂ ପ୍ରତିବାଦକାରୀଙ୍କ ମଧ୍ୟରେ ଆହତ ହେବାର ଖବର ବୃଦ୍ଧି ପାଇବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା।

ଏହି ଉତ୍ତେଜନା ଫଳରେ ୧୫୦ରୁ ଅଧିକ ଯାନବାହାନ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଶହ ଶହ କାରଖାନାରେ କାମ ବନ୍ଦ ହୋଇଯାଇଥିଲା। ବଢିଲା ଦରମା, ଥମୁନି ହିଂସା- ରାଜ୍ୟ ସରକାର ସମସ୍ତ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବଢାଇଛନ୍ତି। ସଂଶୋଧିତ ହାର ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ। ଗୌତମ ବୁଦ୍ଧ ନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ମେଧା ରୂପମ୍ କହିଛନ୍ତି, ଏକ ଉଚ୍ଚ କ୍ଷମତାସମ୍ପର୍ଣ୍ଣ କମିଟି ଦ୍ୱାରା ମଜୁରୀ ବୃଦ୍ଧି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ୟୁପ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତିକୁ ଅମୁମୋଦନ କରିଛନ୍ତି । ସରକାରୀ ବିବୃତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକମାନେ ଏବେ ମାସିକ ୧୧,୩୧୩ ଟଙ୍କା ପରିବର୍ତ୍ତେ ୧୩,୬୯୦ ଟଙ୍କା ପାଇବେ।

ଅର୍ଦ୍ଧକୁଶଳୀ ଶ୍ରମିକ ୧୫, ୦୫୯ ଟଙ୍କା ଏବଂ କୁଶଳୀ ଶ୍ରମିକମାନେ ୧୬, ୮୬୮ ଟଙ୍କା ସର୍ବନମ୍ନ ମଜୁରୀ ପାଇବେ। ସରକାର ଶ୍ରମିକଙ୍କ ଦାବି ପୂରଣ କଲେ ତଥାପି ହିଂସା ଥମୁନାହିଁ। ବ୍ୟାପକ ଭଙ୍ଗାରୁଜା ସହ ପୋଡାଜଳା ଜାରି ରହିଛି। ପୁଲିସ୍ ଉପରକୁ ପଥରମାଡ ହୋଇଛି। ଯାହା ଫଳରେ ପାକିସ୍ତାନ ଲିଙ୍କ୍ ଥିବା ସନ୍ଦେହରେ ତନାଘନା ଜାରି ରହିଛି। ​​​​​​​ଉତ୍ତରପ୍ରଦେଶର ନୋଏଡାରେ ଶ୍ରମିକମାନଙ୍କ ଦ୍ୱାରା କରାଯାଉଥିବା ଏକ ବିଶାଳ ବିକ୍ଷୋଭ ହିଂସାତ୍ମକ ରୂପ ଧାରଣ କରିଛି । ଦରମା ବୃଦ୍ଧ ଓ ବିଭିନ୍ନ ସୁବିଧା ସୁଯୋଗ ଦାବିରେ ରାସ୍ତାକୁ ଓହ୍ଲାଇଥିବା ପ୍ରାୟ ୪୦ ହଜାରରୁ ଅଧିକ ଶ୍ରମିକ ପୁଲିସ ଗାଡି ସମେତ ଅନେକ ବାହାନ ଭଙ୍ଗାରୁଜା କରିଛନ୍ତି । ନୋଏଡାର ଫେଜ୍ -୨ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ।

ବିକ୍ଷୋଭକାରୀ ପୁଲିସ୍ ଭ୍ୟାନ୍ ଏବଂ ଅନ୍ୟାନ ଗାଡିକୁ କ୍ଷତିଗ୍ରସ୍ତ କରିଛନ୍ତି । ପଡୋଶୀ ହରିୟାଣା ସରକାର ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫ ପ୍ରତିଶତ ବଢାଇଥିବାରୁ ନୋଏଡା ଶ୍ରମିକମାନେ ମଧ୍ୟ ସମାନ ପାରିଶ୍ରମିକ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ଫେଜ ୨ ଏବଂ ସେକ୍ଟର ୨ ଭଳି ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ନିୟନ୍ତ୍ରଣ ପାଇଁ ପୁଲିସ୍ ଲୁହା ବୁହା ଗ୍ୟାସ ବ୍ୟବହାର କରିଥିଲା । ଏହି ମାମଲାରେ ଏ ପର୍ଯ୍ୟନ୍ତ ୩୦୦ ଜଣଙ୍କୁ ଗିରଫ କରାଯାଇଛି । ୧୦୦ରୁ ଅଧିକ ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି । ଏବେ ପାକିସ୍ତାନ ଲିଙ୍କ୍ ତଦନ୍ତ ଆରମ୍ଭ ଉତ୍ତେଜନାକୁ ନୂଆ ମୋଡ ଦେଇଛି । ଶ୍ରମ ମନ୍ତ୍ରୀ ଅନିଲ ରାଜଭର ସୂଚିତ କରିଛନ୍ତି ଯେ ସମ୍ପ୍ରତି ଆତଙ୍କବାଦୀ ଗିରଫଦାରୀକୁ ଦୃଷ୍ଟିରେ ରଖି ହିଂସାକୁ ଉସକାଉଥିବା ପଛରେ ଏକ ବିଦେଶୀ ଷଡ଼ଯନ୍ତ୍ର ତଦନ୍ତ କରାଯାଉଛି ।

Leave A Reply

Your email address will not be published.