ପୁରୀ: ଶ୍ରୀଜଗନ୍ନାଥଙ୍କ ପବିତ୍ର ବନକଲାଗି ନୀତିକାନ୍ତିକୁ ସୁଗମ କରିବା ପାଇଁ ବୁଧବାର ଦିନ ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଅବସରରେ ଏହି ପୂଜା ପାଳନ କରାଯାଉଛି। ଦ୍ୱିତୀୟ ଭୋଗ ମଣ୍ଡପ ଅର୍ପଣ ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଭକ୍ତମାନଙ୍କୁ ଏହି ସମୟ ମଧ୍ୟରେ ମନ୍ଦିର ପରିସରକୁ ନଯିବାକୁ ପରାମର୍ଶ ଦିଆଯାଇଛି।