Latest Odisha News

BREAKING NEWS

ବେଆଇନ ସିଲିଣ୍ଡର ଠୁଳ ଅଭିଯୋଗ, ୪୯୯୨ ସିଲିଣ୍ଡର ଜବତ

ଭୁବନେଶ୍ୱର: ଘରୋଇ ଏବଂ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ସୁଗମ ଯୋଗାଣ ନିମନ୍ତେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଏଥିସହିତ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଠୁଳ କରି ରଖୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୨୫୦୩ଟି ସ୍ଥାନରେ ଚଢ଼ାଉ କରାଯାଉଛି। ଏହି ଚଢ଼ାଉରେ ବେଆଇନ ଭାବେ ଠୁଳ କରାଯାଇଥିବା ୪୯୯୨ଟି ସିଲିଣ୍ଡର ଜବତ କରାଯାଇଛି ଏବଂ ୩୧ଟି ମାମଲା ଦାଏର ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁଯାୟୀ ୩୮୪ଟି ମାମଲା ରୁଜୁ କରାଯାଇଛି।ବେଆଇନ ସିଲିଣ୍ଡର ମହଜୁଦ କରିବା ସହିତ ବିକ୍ରି ଅଭିଯୋଗରେ ୫ ଜଣ ଗିରଫ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସାମ୍ପ୍ରତିକ ଭୂରାଜନୈତିକ ଘଟଣାକ୍ରମ ବିଶ୍ୱ ଇନ୍ଧନ ବଜାରକୁ ପ୍ରଭାବିତ କରିବା ସତ୍ତ୍ୱେ ଭାରତର ଏଲପିଜି ଯୋଗାଣ ସ୍ଥିର ରହିଥିବା ସରକାର ସୂଚନା ଦେଇଛନ୍ତି । ବିଶେଷ କରି ଘରୋଇ ଏଲପିଜି ସିଲିଣ୍ଡର ରିଫିଲ୍‌ ବୁକିଂ ଲାଗି ଉପଭୋକ୍ତାମାନଙ୍କୁ ଏସଏମଏସ ଓ ଆଇଭିଆରଏସ ଭଳି ଡିଜିଟାଲ ପଦ୍ଧତି ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି। ତେବେ ଆତଙ୍କିତ ହୋଇ ବୁକିଂ କରିବା କିମ୍ବା ଅଯଥାରେ ଗଚ୍ଛିତ କରିବା, ଗୁଜବକୁ ବିଶ୍ୱାସ ନ କରିବା ତଥା କେବଳ ସରକାରୀ ସୂଚନା ଉତ୍ସକୁ ଅନୁସରଣ କରିବାକୁ ଉପଭୋକ୍ତାମାନଙ୍କୁ ଅନୁରୋଧ ମଧ୍ୟ କରାଯାଉଛି ।

Leave A Reply

Your email address will not be published.