ଚେନ୍ନାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ତାର ପରବର୍ତୀ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ । ଚେନ୍ନାଇ ଏ ପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳିଥିବା ବେଳେ ଧୋନୀ ଆଘାତ ସମସ୍ୟାରୁ ଗୋଟିଏ ବି ମ୍ୟାଚ ଖେଳି ନାହାନ୍ତି । ଧୋନୀ ହାଇଦ୍ରାବାଦ ବିପକ୍ଷରେ ଖେଳିବେ କି ନାହିଁ ସସ୍ପେନ୍ସ ରହିଛି । ପୂର୍ବ ରିପୋର୍ଟରେ ଧୋନୀ ଯଦି ହାଇଦ୍ରାବାଦ ଯିବେ ତାହାହେଲେ ଖେଳି ପାରନ୍ତି କୁହାଯାଇଥିଲା । ଏବେ ଧୋନୀ ଟିମ ସହିତ ହାଇଦ୍ରାବାଦ ଯାଇଛନ୍ତି । ତେବେ ଏହି ମ୍ୟାଚରେ ତାଙ୍କର ଖେଳିବା ସମ୍ଭାବନା କ୍ଷୀଣ ରହିଛି ।
ଯଦି ସେ ଧୀରେ ଧୀରେ ସୁସ୍ଥ ହେଉଥିବେ ତେବେ ଏପ୍ରିଲ ୨୩ରେ ମୁମ୍ବାଇ ବିପକ୍ଷରେ ଖେଳି ପାରନ୍ତି । ଚେନ୍ନାଇ ଟିମ ଓ ଏହାର ପ୍ରଶଂସକ ଧୋନୀଙ୍କ ପ୍ରତ୍ୟାବର୍ତନକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ୩ଟି ମ୍ୟାଚ ହାରିବା ପରେ ଚେନ୍ନାଇ ବିଜୟ ଧାରାକୁ ଫେରିବା ସହ କ୍ରମାଗତ ୨ଟି ମୁକାବିଲାରେ ବିଜୟ ହାସଲ କରିଛି ।