Latest Odisha News

BREAKING NEWS

ଆୟର୍ଲାଣ୍ଡ ସମୂଦ୍ରକୂଳରେ ମିଳିଲା ରହସ୍ୟମୟ ଶାର୍କ

ନୂଆଦିଲ୍ଲୀ: ସମୂଦ୍ରର ଗଭୀରତାରେ ଅନେକ ରହସ୍ୟ ଦବି ହୋଇ ରହିଛି । ଏହାକୁ ଉଜାଗର କରିବା ପାଇଁ ବୈଜ୍ଞାନିକମାନେ ସର୍ବଦା ଚେଷ୍ଟା ଚଳାଇଛନ୍ତି । ଏବେ ଆୟର୍ଲାଣ୍ଡର ସମୂଦ୍ର କୂଳରେ ଏକ ରହସ୍ୟମୟ ଜୀବର ଶବ ମିଳିଛି । ଶହ ଶହ ବର୍ଷ ବଂଚୁଥିବା ଦୁର୍ଲଭ ପ୍ରଜାତିର ଶାର୍କ ସମୂଦ୍ର କୂଳରେ ମିଳିଛି । ଏହାର ଲମ୍ବ ୯.୫ ଫୁଟ ଥିବା ବେଳେ ବୟସ ୧୫୦ରୁ ଊର୍ଦ୍ଧ୍ୱ ହୋଇଥିବ ବୋଲି ଅନୁମାନ କରାଯାଉଛି । ଯାହାକୁ ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି । ଏହି ଶାର୍କ ଗ୍ରୀନଲାଣ୍ଡ ଶାର୍କ ପ୍ରଜାତିର ଏବଂ ଏହା ବହୁତ ବର୍ଷ ବଂଚିଥାଏ । ଗବେଷକଙ୍କ କହିବା ଅନୁସାରେ ଏହି ଶାର୍କ ୫୦୦ ବର୍ଷ ପର୍ଯ୍ୟନ୍ତ ବଂଚିପାରେ ।

ଆୟର୍ଲାଣ୍ଡରେ ପ୍ରଥମ ଥର ପାଇଁ ଏହି ପ୍ରଜାତିର ଶାର୍କ ମିଳିଛି । ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଏବେ ଗବେଷକମାନେ ଉଦ୍ୟମ ଆରମ୍ଭ କରିଛନ୍ତି । ଏହା ପ୍ରାୟତଃ ଗଭୀର ସମୂଦ୍ରରେ ଦେଖା ଯାଆନ୍ତି । ସ୍ଥାନୀୟ ବାସିନ୍ଦା ଶାର୍କ ଦେଖି ଖବର ଦେଇଥିଲେ । ପ୍ରଥମେ ଆୟରିଶ ହ୍ୱେଲ କିମ୍ବା ଡଲଫିନ ଶ୍ରେଣୀର ବୋଲି ଅନୁମାନ କରାଯାଇଥିଲା । ପରେ ଆଇଡବ୍ଲ୍ୟୁଡିଜି ଏହା ଗ୍ରୀନଲାଣ୍ଡ ଶାର୍କ ବୋଲି ଘୋଷଣା କରିଥିଲା ।

Leave A Reply

Your email address will not be published.