ନୂଆଦିଲ୍ଲୀ: ଖରାପ ପାଗ ଯୋଗୁଁ ହାଇଦ୍ରାବାଦରୁ ହୁବଲି ଯାଉଥିବା ଏକ Fly91 ବିମାନକୁ ବେଙ୍ଗାଲୁରୁ ଡାଇଭର୍ଟ କରାଯାଇଛି। ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ।
ଗତ ରବିବାର ଖରାପ ପାଗ ଯୋଗୁଁ ୪ ଘଣ୍ଟା ଧରି ଆକାଶରେ ଘୂରି ବୁଲୁଥିବା ବିମାନର ଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ବିମାନରେ ଥିବା ଯାତ୍ରୀମାନେ ସେମାନଙ୍କ ସୁରକ୍ଷା ପାଇଁ କାନ୍ଦି କାନ୍ଦି ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଥିଲେ। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂତ୍ର ଅନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ୩:୩୦ରେ ହାଇଦ୍ରାବାଦରୁ ଉଡ଼ାଣ କରିଥିବା ବିମାନଟି ଅପରାହ୍ନ ପ୍ରାୟ ୪:୩୦ରେ ହୁବଲିରେ ପହଞ୍ଚିବାର ଥିଲା, କିନ୍ତୁ ପ୍ରତିକୂଳ ପାଗ ଯୋଗୁଁ ଅବତରଣ କରିପାରିଲା ନାହିଁ। ଜଣେ ବିମାନବନ୍ଦର ଅଧିକାରୀ କହିଛନ୍ତି, “ଖରାପ ପାଗ ଯୋଗୁଁ ହାଇଦ୍ରାବାଦରୁ ହୁବଲି ଯାଉଥିବା ବିମାନକୁ ବେଙ୍ଗାଲୁରୁ ପଠାଯାଇଥିଲା।” ଅଧିକାରୀଙ୍କ ଅନୁଯାୟୀ, ବିମାନଟି ବେଙ୍ଗାଲୁରୁକୁ ପୁନଃନିର୍ଦ୍ଦେଶିତ ହେବା ପୂର୍ବରୁ ପାଗରେ ଉନ୍ନତି ଆଶାରେ ପ୍ରାୟ ୪ ଘଣ୍ଟା ପାଇଁ ହୁବଲି ଉପରେ ଘୂରି ବୁଲିଥିଲା।
ତେବେ ଏହି ସମୟରେ ବିମାନ ଭିତରେ ଥିବା ଯାତ୍ରୀ ମାନେ ଭୟଭୀତ ହୋଇପଡ଼ିଥିବା ବେଳେ ଅନେକ କାନ୍ଦି କାନ୍ଦି ଭଗବାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଥିଲେ।