Latest Odisha News

ଆଉ ଗୋଟିଏ ପାଦ ଦୂରରେ ୱିମ୍ବଲଡ଼ନ; କ୍ୱାଲିଫାଇଂ ରାଉଣ୍ଡରେ ଓଡ଼ିଆ ଖେଳାଳି !

ଭୁବନେଶ୍ୱର: ବିଶ୍ୱର ସମସ୍ତ ଟେନିସ ଖେଳାଳିଙ୍କ ସ୍ୱପ୍ନ ରହିଥାଏ ୱିମ୍ବଲଡ଼ନରେ ମ୍ୟାଚଟିଏ ଖେଳିବାକୁ । ଅନେକ ଖେଳାଳି ଟେନିସ ଶିଖିବା ସମୟରୁ ହିଁ ୱିମ୍ବଲଡ଼ନ ଖେଳିବାକୁ ଆଶା ପୋଷଣ କରିଥାଆନ୍ତି । ସେହିପରି ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଲହଡ଼ା ଗ୍ରାମର ଦେବାଶୀଷ ସାହୁ ମଧ୍ୟ ଦିନେ ସମ୍ମାନଜନକ ୱିମ୍ବଲଡ଼ନ ଖେଳିବାକୁ ସ୍ୱପ୍ନ ଦେଖିଥିଲେ, ଯାହାକି ସେହି ସ୍ୱପ୍ନ ସାକାର ହେବାକୁ ଯାଉଛି । ମାତ୍ର ୱିମ୍ବଲଡ଼ନରେ ଅଂଶଗ୍ରହଣ କରିବାକୁ ହେଲେ ତାଙ୍କୁ ଆଉ ପାଦଟିଏ ଅତିକ୍ରମ କରିବାକୁ ପଡ଼ିବ । ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ଲାଗି ଖୁସିର କଥା ଯେ, ସେ ଏଥିଲାଗି ଥିବା କ୍ୱାଲିଫାଇଂ ମ୍ୟାଚ ଖେଳିବା ଲାଗି ଇତିମଧ୍ୟରେ ଯୋଗ୍ୟ ବିବେଚିତ ହୋଇସାରିଛନ୍ତି ।

ଆସନ୍ତା ମାର୍ଚ୍ଚରେ କୋଲକାତାରେ ଅନୁଷ୍ଠିତ ହେବାକୁ ଯାଉଛି ୧୪ ବର୍ଷରୁ କମ୍ ବୟସ ଲାଗି କ୍ୱାଲିଫାଇଂ ମ୍ୟାଚ୍ । ସେ ଏହି କ୍ୱାଲିଫାଇଂ ମ୍ୟାଚ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସମସ୍ତ ଦେଶର ୧୪ ବର୍ଷର କମ୍ ଶ୍ରେଷ୍ଠ ଖେଳାଳିମାନଙ୍କୁ ନେଇ କ୍ୱାଲିଫାଇଂ ମ୍ୟାଚ ଅନୁଷ୍ଠିତ ହେଉଛି । ଆସନ୍ତା ମାର୍ଚ୍ଚରେ କୋଲକାତାର ସାଉଥକ୍ଲବଠାରେ ଏହି କ୍ୱାଲିଫାଇଂ ମ୍ୟାଚ ଆୟୋଜିତ ହେଉଛି ।

ଓଡ଼ିଶାର ଏହି ଯୁବ ପ୍ରତିଭା ୨୦୧୭ରେ ତାଙ୍କ ବାପାଙ୍କଠୁ ପ୍ରେରଣା ପାଇ ପ୍ରଥମେ ଟେନିସ ଖେଳିବା ଆରମ୍ଭ କରିଥିଲେ । ତାଙ୍କୁ ୧୩ ବର୍ଷ ହୋଇଥିବା ବେଳେ ସେ ପଞ୍ଜାବର ପାତିଆଲାରେ ଖେଳ ଶିଖିବାକୁ ତାଲିମ୍ ଗ୍ରହଣ କଲେ । ଟେନିସ୍ ଶିଖିବା ସମ୍ପର୍କରେ ସେ କହନ୍ତି “ମୁଁ ପ୍ରଥମେ କମ୍ପ୍ୟୁଟରରେ ଓ ମୋବାଇଲରେ ପ୍ରଥମେ ଟେନିସ ଖେଳୁଥିଲି । ମୋର ଏହା ଏକ ଅଭ୍ୟାସରେ ପରିଣତ ହୋଇଥିଲା । ଏଥିରେ ମୋ ବାପା ଓ ମାଆ ବିଶେଷ ଖୁସି ନଥିଲେ । ମୁଁ ସେମାନଙ୍କ ପ୍ରେରଣାରେ ଟେନିସ କୋର୍ଟରେ ଖେଳିବାକୁ ଆରମ୍ଭ କଲି । ”

ଜଣେ ମଧ୍ୟବିତ୍ତ ପରିବାରରୁ ଆସିଥିବା ଉଦୀୟମାନ ଖେଳାଳି ଦେବାଶୀଷ ମନଯୋଗ ସହକାରେ ଖେଳି ଚାଲିଛନ୍ତି । ତାଙ୍କ ବାପା ଲକ୍ଷ୍ମୀକାନ୍ତ ସାହୁ ଦେବାଶୀଷଙ୍କ ସମ୍ପର୍କରେ କହନ୍ତି, ପଞ୍ଜାବର ପ୍ରିମିୟମ କ୍ଲବରେ ଦେବାଶୀଷ ଖେଳିବା ସମ୍ଭବ ହୋଇ ପାରୁନି । ଏହା ଅତ୍ୟନ୍ତ ବ୍ୟୟ ବହୁଳ । ସାଧାରଣ ଭାବେ ଦେବାଶୀଷ ଏବେ ଟେନିସ୍ ଟ୍ରେନିଂ ନେଉଛି ।

ଏହି ଉଦୀୟମାନ ଓଡ଼ିଆ ଟେନିସ ଖେଳାଳି ଦେବାଶୀଷ ୧୪ ବର୍ଷରୁ କମ୍ ୱିମ୍ବଲଡ଼ନ ଚାମ୍ପିୟନସିପରେ ଅଂଶଗ୍ରହଣ କରିପାରିଲେ କୋଟି କୋଟି ଓଡ଼ିଆ କ୍ରୀଡ଼ାପ୍ରେମୀଙ୍କ ଆଶା ପୂରଣ ହୋଇପାରିବ ।

Comments are closed.