ମୋଦି ସରକାରଙ୍କ ୨.୦ର ପୂର୍ଣ୍ଣାଙ୍ଗ ବଜେଟ୍କୁ ବିରୋଧୀଙ୍କ ଟାର୍ଗେଟ୍ । ଚଳିତ ବଜେଟ୍କୁ କେବଳ ଭାଷଣର ରୂପ ଦେଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ବଜେଟ୍ରେ କିଛି ନାହିଁ ବୋଲି ସେ କହିଛନ୍ତି । ଏଥିସହ ସେ କହିଛନ୍ତ ଯେ, ଦେଶର ମୁଖ୍ୟ ସମସ୍ୟା ହେଉଛି ବେକାରୀ ସମସ୍ୟା । ଦୁର୍ଭାଗ୍ୟବଶତଃ ବଜେଟ୍ରେ ବେକାରୀ ଯୁବକ ଓ ଯୁବତୀଙ୍କ ପାଇଁ କୌଣସି ରଣନୀତି ପ୍ରସ୍ତୁତି ହୋଇନାହିଁ । ଏତେ ଲମ୍ବା ବଜେଟ୍ରେ ସାଧାରଣ ଜନତାଙ୍କ ପାଇଁ କୌଣସି ସୁଯୋଗ ନାହିଁ । ଏହା କେବଳ କୁହାଳିଆ ସରକାରଙ୍କ ଫମ୍ପା ବଜେଟ ବୋଲି ସେ କହିଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବଜେଟ୍କୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, ଏହି ବଜେଟ୍କୁ ନେଇ ଅନେକ ଆଶା ଥିଲା । ମାତ୍ର ଏଥର ବି ଦିଲ୍ଳୀବାସୀଙ୍କ ସହ ଅନ୍ୟାୟ ହୋଇଛି । ତାଙ୍କୁ ଅଣଦେଖା କରାଯାଇଛି ବୋଲି ସେ କହିଛନ୍ତି ।
BREAKING NEWS
- କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ: ଏଚଡି ରେଭନ୍ନାଙ୍କୁ ଗିରଫ କଲା ଏସିଆଇଟି
- ବାୟୁସେନା ବାହନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ: ୫ ଯବାନ ଆହତ
- ୟୁନିସେଫ୍ ର ଭାରତର ନ୍ୟାସନାଲ ଆମ୍ବାସାଡାର ହେଲେ କରୀନା
- ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦୁଝର ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାୟକ
- ରୋହିତ ଶର୍ମା ଆଘାତପ୍ରାପ୍ତ !
- ଓଡ଼ିଶା ଭଳି ରାଜ୍ୟର ନେତା, ତା ନିଜ ମାଟିର ପୁଅ ହୁଅନ୍ତୁ; ଜୟଶଙ୍କର
- ନାମାଙ୍କନ ଦାଖଲ କଲେ କଂଗ୍ରେସ ପାର୍ଥୀ ସୁଜିତ ମହାପାତ୍ର
- ନାମାଙ୍କନ ଭରିଲେ ଉପାସନା; କହିଲେ, ବ୍ରହ୍ମଗିରି ଲୋକଙ୍କ ସ୍ୱର ହେବି
- ରାଣୀଙ୍କ ଆଖିରେ ଲୁହ !
- ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲୀ