Latest Odisha News

BREAKING NEWS

କମୁଛି କି ଆଇପିଏଲର ଲୋକପ୍ରିୟତା

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଧୀରେ ଧୀରେ ଶେଷ ପର୍ଯ୍ୟାୟକୁ ଯାଉଛି । ଏହାର ରୋମାଂଚ ବୃଦ୍ଧି ପାଇବାରେ ଲାଗିଛି । କେତେକ ରିପୋର୍ଟ ଅନୁସାରେ ଆଇପିଏଲର ଲୋକପ୍ରିୟତା କମୁଛି । ଏହାର ଟିଆରପି ମଧ୍ୟ କମିଛି । ଟିଏଏମ ସ୍ପୋର୍ଟ୍ସ ଓ ବାର୍କ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଡାଟା ଅନୁସାରେ ଆଇପିଏଲ ୨୦୨୬ର ଟିଆରପି ଓଭରାଲ ୧୮.୮ ପ୍ରତିଶତ କମ ରହିଛି । ଗତ ସଂସ୍କରଣ ତୁଳନାରେ ଏହା ୩.୭୧ କମ ରହିଛ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଜ୍ଞାପନ ଦାତାଙ୍କ ଆଗ୍ରହ ମଧ୍ୟ କମିଛି । ଏଥିରେ ୩୧ ପ୍ରତିଶତର ହ୍ରାସ ଦେଖାଦେଇଛି । ପୂର୍ବରୁ ବିଜ୍ଞାପନଦାତାଙ୍କ ସଂଖ୍ୟା ଅତି କମରେ ୬୫ ରହୁଥିଲା । ଏବେ ଏହା ୪୫କୁ ଖସି ଆସିଛି । ଆଇପିଏଲ ୨୦୨୬ରେ ୨୪ ନୂଆ ବ୍ରାଣ୍ଡ ଯୋଡି ହୋଇଛନ୍ତି । ପୂର୍ବରୁ ୪୪ ବ୍ରାଣ୍ଡ ରହିଥିଲେ ।

ଏହି ପତନର କାରଣ ଅନେକ ରହିଛି । ଫର୍ମାଟ ଲମ୍ବା ହେବା, ପ୍ଲାଟ ପିଚରେ ମୁକାବିଲା ଓ ଫ୍ୟାଟାନ୍ସି ଆପ ବ୍ୟାନ ହେବା ମୂଖ୍ୟ କାରଣ ଭାବେ ଗଣାଯାଉଛି । ପିଚରେ ବଲ ଓ ବ୍ୟାଟ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳୁନି । ଯାହାକି କ୍ରିକେଟପ୍ରେମୀଙ୍କୁ ରୋମାଂଚ ଉପଭୋଗ କରିବା ସୁଯୋଗ ଦେଉନି । ଏବେ ଦର୍ଶକ ସେମାନଙ୍କ ପସନ୍ଦ ଟିମର ମୁକାବିଲାକୁ ଦେଖୁଛନ୍ତି । ଫର୍ମାଟ ଲମ୍ବା ହେବା ଯୋଗୁ ସେମାନେ ଅନ୍ୟ ମୁକାବିଲାଠାରୁ ଦୂରେଇ ରହୁଛନ୍ତି । କୌଣସି ଟିମ ପଛରେ ପଡିବା କିମ୍ବା ଆଗକୁ ଯିବା ସହ ଏହାର ଲୋକପ୍ରିୟତା କମୁ ନାହିଁ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.