Latest Odisha News

BREAKING NEWS

‘ଆମ ବସ୍’ ଧକ୍କାରେ ସ୍କୁଟର ଚାଳକ ଗୁରୁତର

ବୁର୍ଲା: ସମ୍ବଲପୁର ବୁର୍ଲା ଅଞ୍ଚଳରେ ଶୁକ୍ରବାର ଦିନ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ‘ଆମ ବସ୍’ (Ama Bus) ଜଣେ ସ୍କୁଟର ଚାଳକଙ୍କୁ ଧକ୍କା ଦେବା ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି ।

 

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ବୁର୍ଲା ପି.ସି. ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଥିଲା । ବସଟି ସ୍କୁଟରକୁ ଧକ୍କା ଦେବା ଫଳରେ ଚାଳକ ଜଣକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ ।

 

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ଆହତ ଯୁବକଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବସଟିର ଅତ୍ୟଧିକ ବେଗ ଯୋଗୁଁ କିମ୍ବା ଚାଳକଙ୍କ ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଘଟିଛି କି ନାହିଁ, ସେ ନେଇ ପୋଲିସ ଯାଞ୍ଚ କରୁଛି । ରାଜ୍ୟରେ ବିଭିନ୍ନ ସମୟରେ ‘ଆମ ବସ୍’ ଦୁର୍ଘଟଣାଗ୍ରସ୍ତ ହେଉଥିବା ଘଟଣା ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକଟ କରିଛି ।

Leave A Reply

Your email address will not be published.