Latest Odisha News

BREAKING NEWS

ଭାରତୀୟ କ୍ରିକେଟ ଟିମର ସ୍ପିନ ବୋଲିଂ କୋଚ ଦାୟିତ୍ୱ ତୁଲାଇବେ ଏହି ଅଭିଜ୍ଞ ସ୍ପିନର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଜୁନ ୬ରୁ ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ଏହି ସିରିଜରେ ବିସିସିଆଇ ନୂତନ ସ୍ପିନ ବୋଲିଂ କୋଚଙ୍କୁ ଦାୟିତ୍ୱ ମିଳିପାରେ । ରିପୋର୍ଟ ମୁତାବକ ଘରୋଇ କ୍ରିକେଟରେ ୬୦୦ରୁ ଅଧିକ ୱିକେଟ ନେଇଥିବା ସ୍ପିନର ସାଇରାଜ ବହୁତୁଲେଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିପାରେ । ଘରୋଇ ପରିବେଶରେ ଟିମ ଇଣ୍ଡିଆ ସ୍ପିନ ବୋଲରଙ୍କ ବିପକ୍ଷରେ ଏବେ ଟେଷ୍ଟ ମ୍ୟାଚରେ କ୍ରମାଗତ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି । କ୍ରିକେଟକୁ ଅଲବିଦା କହିବା ପରେ ସେ କୋଚିଂ ଦୁନିଆରେ ପାଦ ଥାପିଥିଲେ । ୨୦୨୩ ବର୍ଡର-ଗାଭାସ୍କର ଟ୍ରଫିରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ତାଙ୍କୁ ସପୋର୍ଟିଂ ଷ୍ଟାଫରେ ସାମିଲ କରାଯାଇଥିଲା ।

ସାଇରାଜ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଭିଭିଏସ ଲକ୍ଷ୍ମଣଙ୍କ ମାର୍ଗଦର୍ଶନରେ କାମ କରିଥିଲେ । ସେ ୮ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ଘରୋଇ କ୍ରିକେଟରେ ଏହି ଲେଗ ସ୍ପିନର ୧୮୮ ମ୍ୟାଚ ଖେଳି ୬୩୦ ୱିକେଟ ନେଇଛନ୍ତି । ଆଇପିଏଲ ୨୦୨୬ରେ ପଞ୍ଜାବ କିଙ୍ଗସର ସପୋର୍ଟିଂ ଷ୍ଟାଫ ଦାୟିତ୍ୱ ତୁଲାଉଛନ୍ତି । ଏବେ ଟିମ ଇଣ୍ଡିଆରେ ସୀତାଂଶୁ କୋଟାକ ବ୍ୟାଟିଂ ଓ ମୋର୍ଣ୍ଣେ ମୋର୍କେଲ ବୋଲିଂ କୋଚ ଦାୟିତ୍ୱ ତୁଲାଉଛନ୍ତି । ର‌୍ୟାନ ଟେନ ଡୋଶ୍ଚେଟ ଫିଲ୍ଡିଂ କୋଚ ଭାବେ ନିଯୁକ୍ତ ଅଛନ୍ତି ।

Leave A Reply

Your email address will not be published.