Latest Odisha News

BREAKING NEWS

PM Touches Feet Of 97-Year-Old Man: ଶପଥ ଗ୍ରହଣ ଉତ୍ସବରେ ପହଞ୍ଚୁ ପହଞ୍ଚୁ କାହା ପାଦ ଛୁଇଁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ ମୋଦି? ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ…

କୋଲକାତା: ପ୍ରଧାନମନ୍ତ୍ରୀ ମୋଦୀ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି । ଶପଥ ଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମଞ୍ଚରେ ଜଣେ ବୃଦ୍ଧଙ୍କ ପାଦ ଛୁଇଁ ତାଙ୍କୁ ଶାଲ ପ୍ରଦାନ କରି ସମ୍ମାନିତ କରିଥିଲେ। ଯାହା ପରେ ଏବେ ସମସ୍ତେ ଜାଣିବାକୁ ଆଗ୍ରହୀ ଯେ  କିଏ ଏହି ବୃଦ୍ଧ ବ୍ୟକ୍ତି? କାହିଁକି ତାଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି?

ପ୍ରଧାନମନ୍ତ୍ରୀ ମୋଦୀ ମଞ୍ଚରେ ଯାହାଙ୍କ ପାଦ ଛୁଇଁଥିଲେ ସେ ହେଉଛନ୍ତି ମାଖନଲାଲ ସରକାର। ତାଙ୍କର ବୟସ ୯୮ ବର୍ଷ ଏବଂ ସେ ପଶ୍ଚିମବଙ୍ଗର ସବୁଠାରୁ ବରିଷ୍ଠ ବିଜେପି କର୍ମୀଙ୍କ ମଧ୍ୟରୁ ଜଣେ। ଆଉ ସ୍ବାଧୀନତା ପର ଠାରୁ ପ୍ରଥମ ଥର ପାଇଁ ବିଜେପି ବଙ୍ଗରେ ସରକାର ଗଢିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଆଶୀର୍ବାଦ ଲୋଡ଼ିଥିଲେ।

ମାଖନଲାଲ ସରକାର ଦଳ ପାଇଁ ବହୁତ କାମ କରିଛନ୍ତି। ୧୯୫୨ ମସିହାରେ, ଭାରତୀୟ ତ୍ରିରଙ୍ଗା ଉତୋଳନ ଆନ୍ଦୋଳନ ସମୟରେ ତାଙ୍କୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହିତ କାଶ୍ମୀରରେ ଗିରଫ କରାଯାଇଥିଲା।

ମାଖନଲାଲ ସରକାର ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଜାତୀୟତାବାଦୀ ଆନ୍ଦୋଳନ ସହିତ ଜଡିତ ପ୍ରାରମ୍ଭିକ ତୃଣମୂଳ ସ୍ତରର ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ।

Leave A Reply

Your email address will not be published.