Latest Odisha News

BREAKING NEWS

Car falls into gorge:ତିନିଶହ ଫୁଟ ଗଭୀର ଖାଇକୁ ଖସିଲା ପର୍ଯ୍ୟଟକଙ୍କ କାର୍ …୬ ମୃତ,ଚାରି ଆହତ

ନୂଆଦିଲ୍ଲୀ:ହିମାଚଳପ୍ରଦେଶର ଚମ୍ବା-ପଠାନକୋଟ ଜାତୀୟ ରାଜପଥର ତୁନୁହଟ୍ଟି ଅଞ୍ଚଳର କାକିରା ଘାର ନିକଟରେ ଭୋର ପ୍ରାୟ ୩ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ, ଧର୍ମଶାଳାରୁ ଡାଲହାଉସି (Dalhousie)ଯାଉଥିବା ଏକ ଇନୋଭା ଟ୍ୟାକ୍ସି ହଠାତ୍ ନିୟନ୍ତ୍ରଣ ହରାଇ ୩00 ମିଟର ଗଭୀର ଖାଇରେ ଖସି ପଡ଼ିଥିଲା। ଦୁର୍ଘଟଣାରେ ଗୁଜରାଟର ପାଞ୍ଚ ଜଣ ପର୍ଯ୍ୟଟକ ଏବଂ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ହୋଇଛନ୍ତି।

ଦୁର୍ଘଟଣା ସମୟରେ ସେହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା ।ଦୁର୍ଘଟଣାର ମୁଖ୍ୟ କାରଣ ଖରାପ ପାଗ ବୋଲି ସନ୍ଦେହ କରାଯାଉଛି। ଦୁର୍ଘଟଣାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଏକ ଜୋରଦାର ଶବ୍ଦ ଶୁଣି ତୁରନ୍ତ ପୋଲିସ ଏବଂ ପ୍ରଶାସନକୁ ଖବର ଦେଇଥିଲେ। ପୋଲିସ, ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନ୍ଧାର ଏବଂ ଝିପିଝିପି ବର୍ଷାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରବଳ ବର୍ଷା ଉଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ବହୁତ ପ୍ରୟାସ ପରେ ଆହତ ଏବଂ ମୃତଦେହଗୁଡ଼ିକୁ ଖାଇରୁ ବାହାର କରାଯାଇଥିଲା।

ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଆହତ ଚାରି ଜଣ ପର୍ଯ୍ୟଟକଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା ଏବଂ ପରେ ଟାଣ୍ଡା ମେଡିକାଲ କଲେଜକୁ ରେଫର କରାଯାଇଥିଲା। ସୂଚନା ପାଇବା ପରେ, ପୋଲିସ ଅଧିକ୍ଷକ (ଏସପି) ଏକ ପୋଲିସ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ମଣ୍ଡି ଜିଲ୍ଲାର ବୋଲି କୁହାଯାଉଛି ।

Leave A Reply

Your email address will not be published.