ନୂଆଦିଲ୍ଲୀ: ଆଇସିସି ସୋମବାର ଟିମ ର୍ୟାଙ୍କିଙ୍ଗ ଜାରୀ କରିଛି । ଭାରତ ଦିନିକିଆ ଓ ଟି୨୦ରେ ଏକ ନମ୍ବର ସ୍ଥାନ ହାସଲ କରି ସୀମିତ ଓଭରରେ ପ୍ରଭୂତ୍ୱ ଜାରୀ ରଖିଛି । ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଟି୨୦ ବିଶ୍ୱକପ ଜିତିବା ପରେ ଭାରତର ସ୍ଥିତି ମଜଭୁତ ହୋଇଥିଲା । ଟିମ ଇଣ୍ଡିଆେ ୨୭୫ ରେଟିଂ ପଂଏଟ ପାଇଥିବା ବେଳେ ଇଂଲଣ୍ଡ ୨୬୨ ପଂଏଟ ସହ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆ(୨୫୮) ତୃତୀୟ ସ୍ଥାନରେ ରହିଛନ୍ତି ।
ସେହିପରି ଦିିନିକିଆ ର୍ୟାଙ୍କିଙ୍ଗରେ ମଧ୍ୟ ଭାରତ ଶୀର୍ଷ ସ୍ଥାନରେ ରହିଛି । ଟିମ ଇଣ୍ଡିଆ ୧୧୮ ରେଟିଂ ପଂଏଟ ପାଇଛି । ନ୍ୟୁଜିଲାଣ୍ଡ ୧୧୩ ଏବଂ ଅଷ୍ଟ୍ରେଲିଆ ୧୦୯ ପଂଏଟ ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆ ତାର ପ୍ରଭୂତ୍ୱ ଜାରୀ ରଖିଛି । ୧୩୧ ପଂଏଟ ସହ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ରହିଛି । ବିଶ୍ୱଚାମ୍ପିୟନ ଦକ୍ଷିଣ ଆଫ୍ରିକା ୧୧୯ ଏବଂ ଭାରତ ୧୦୪ ପଂଏଟ ସହ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ(୧୦୨) ୪ର୍ଥ ସ୍ଥାନକୁ ଖସି ଆସିଛି ।