Latest Odisha News

BREAKING NEWS

ତାମିଲନାଡୁ ରାଜନୀତିରେ ଭୂକମ୍ପ: ବିଜୟଙ୍କ TVK ସରକାରକୁ ସମର୍ଥନ କଲେ AIADMK ର ୩୦ ବିଧାୟକ

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ପରେ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ଓଲଟପାଲଟ ଦେଖାଦେଇଛି। ପୂର୍ବତନ ମନ୍ତ୍ରୀ ସି.ଭି. ଷଣ୍ଢମୁଗମ ଏବଂ ଏସ.ପି. ଭେଲୁମଣିଙ୍କ ନେତୃତ୍ୱରେ AIADMKର ଏକ ବିଦ୍ରୋହୀ ଗୋଷ୍ଠୀ ସୁପରଷ୍ଟାର ବିଜୟଙ୍କ ନୂତନ ସରକାରକୁ ସମର୍ଥନ ଘୋଷଣା କରିଛନ୍ତି।

AIADMKର ସାଧାରଣ ସମ୍ପାଦକ ଏଡାପାଡି କେ. ପାଲାନିସ୍ୱାମୀ (EPS) ଙ୍କ ନେତୃତ୍ୱକୁ ବିରୋଧ କରି ଏହି ବିଦ୍ରୋହ ହୋଇଛି। ପ୍ରାୟ ୪୭ ଜଣ ବିଧାୟକଙ୍କ ମଧ୍ୟରୁ ୩୦ ଜଣ ବିଧାୟକ ଷଣ୍ଢମୁଗମଙ୍କ ଶିବିରରେ ଥିବା ଜଣାପଡ଼ିଛି। DMK ସହ ମେଣ୍ଟକୁ ବିରୋଧ କରି ସି.ଭି. ଷଣ୍ଢମୁଗମ ଅଭିଯୋଗ କରିଛନ୍ତି ଯେ, EPS ସରକାର ଗଢ଼ିବା ପାଇଁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ DMKର ସମର୍ଥନ ଲୋଡ଼ିଥିଲେ। କିନ୍ତୁ ବିଧାୟକମାନେ ଏହାକୁ ଘୋର ବିରୋଧ କରିଛନ୍ତି, କାରଣ AIADMK ର ଜନ୍ମ ହିଁ DMK ବିରୋଧରେ ହୋଇଥିଲା।

ଦଳର ଅସ୍ତିତ୍ୱ ରକ୍ଷା କରିବା ପାଇଁ ବିଦ୍ରୋହୀ ଗୋଷ୍ଠୀ ନିର୍ବାଚନରେ ସର୍ବାଧିକ ଆସନ ଜିତିଥିବା ବିଜୟଙ୍କ TVK ସରକାରକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଦ୍ରୋହୀ ଗୋଷ୍ଠୀ ଏସ.ପି. ଭେଲୁମଣିଙ୍କୁ ସେମାନଙ୍କର ବିଧାୟକ ଦଳ ନେତା ଭାବେ ଚୟନ କରିଛନ୍ତି ଏବଂ ଏ ସମ୍ପର୍କରେ ପ୍ରୋ-ଟେମ୍ ବାଚସ୍ପତିଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ସୁପରଷ୍ଟାର ବିଜୟଙ୍କ ଦଳ TVK ୧୦୮ଟି ଆସନ ଜିତି ସଂଖ୍ୟା ଗରିଷ୍ଠତା ପାଇଁ ଆଉ ମାତ୍ର ୧୦ଟି ଆସନ ଦୂରରେ ଥିଲା। ଏହି ସମୟରେ AIADMK ର ଏହି ବଡ଼ ଗୋଷ୍ଠୀର ସମର୍ଥନ ବିଜୟଙ୍କ ସରକାରକୁ ଅଧିକ ସୁଦୃଢ଼ କରିଛି। ଅନ୍ୟପଟେ ନିଜ ଜନ୍ମଦିନରେ ହିଁ ଦଳ ଦୁଇ ଭାଗ ହେବା EPS ଙ୍କ ପାଇଁ ଏକ ବଡ଼ ବ୍ୟକ୍ତିଗତ ଏବଂ ରାଜନୈତିକ ଧକ୍କା ବୋଲି କୁହାଯାଉଛି।

ଏହି ଘଟଣା ପରେ ତାମିଲନାଡୁରେ ଦୀର୍ଘ ଦଶନ୍ଧି ଧରି ଚାଲିଆସୁଥିବା DMK ଏବଂ AIADMK ର ଦ୍ୱିମୁଖୀ ଶାସନ ଏକ ପ୍ରକାର ଶେଷ ହେବାକୁ ଯାଉଛି।

Leave A Reply

Your email address will not be published.