Latest Odisha News

ପଛରୁ ଧକ୍କା ଦେଲା ଆମ ବସ୍; ଜଣେ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଛକ ନିକଟରେ ଏକ ଆମ ବସ୍ ବୁଧବାର ଦିନ ଏକ ବାଇକକୁ ଧକ୍କା ଦେବାରୁ ଜଣେ ଯୁବକ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ବସ୍ ଟି ୯ ନମ୍ବର ରୁଟ୍ ରେ ଯାତ୍ରା କରୁଥିଲା, ଯାହା ପଟିଆକୁ ଭୁବନେଶ୍ୱର ରେଳ ଷ୍ଟେସନକୁ ସଂଯୋଗ କରେ। ଯୁବକ ଜଣକ ସକାଳ ୧୦.୩୦ ସମୟରେ ବସ୍ ଷ୍ଟପ୍ କୁ ଯାଉଥିଲା ବେଳେ ସେତେବେଳେ ଗାଡ଼ିଟି ତାଙ୍କୁ ପଛରୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବା ସହ ସହିଦ ନଗର ପୋଲିସକୁ ଖବର ଦେଇଥିଲେ।

କାନ୍ଧ ଏବଂ ଗୋଡରେ ଆଘାତ ଲାଗିଥିଲା ବେଳେ ଚିକିତ୍ସା ପାଇଁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏପଟେ ଦୁର୍ଘଟଣା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। କାରଣ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକମାନେ ବସ୍ ଉପରେ ପଥର ମାଡ଼ କରିଥିଲେ ଯାହା ଫଳରେ ବସ୍‌ର କାଚ ଭାଙ୍ଗି ଯାଇଥିଲା ଏବଂ ଆମ ବସ୍‌ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ ହୋଇଥିଲା। ତେବେ ସହିଦ ନଗର ଥାନା ଅଧିକାରୀମାନେ ଏଥିରେ ହସ୍ତକ୍ଷେପ କରି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେ। ଅପରପକ୍ଷରେ ପଚରାଉଚରା ପାଇଁ ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ।

Leave A Reply

Your email address will not be published.