ଭୁବନେଶ୍ବର: ରାଜଧାନୀରେ ପୁଣି ଲଜ୍ଜା । ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପ୍ରେମିକ ସହ ତାର ୪ ବନ୍ଧୁଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଏଭଳି ଘଟଣା ଘଟିଛି ରାଜଧାନୀର ଇନଫୋଭ୍ୟାଲି ଥାନା ଅଞ୍ଚଳରେ ।
ଗିରଫ ଅଭିଯୁକ୍ତ ମାନେ ହେଲେ ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳର ଶୁଭଙ୍କର ପାଢ଼ୀ(୨୧), ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଞ୍ଚଳର ସିପୁନ ବେହେରା(୨୩), ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳର ରତିରଞ୍ଜନ ତରାଇ (୨୩) ଏବଂ ଧର୍ମଶାଳା ଅଞ୍ଚଳର ରଞ୍ଜନ ବେହେରା(୨୪) । ପୋଲିସ ସେମାନଙ୍କ ମୋବାଇଲ୍ ଜବତ କରିବା ସହ ଭିଡିଓ ଓ ଫଟୋ ଜବତ କରିଛି ।
ତେବେ ମିଳିଥିବା ଖବର ଅନୁସାରେ, ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳର ଶୁଭଙ୍କର ପାଢ଼ୀ ଇଂଜିନିୟରିଂ ଛାତ୍ରୀଙ୍କୁ ଭଲ ପାଉଥିଲା । ପ୍ରାୟ ୨୦ ଦିନ ପୂର୍ବେ ଶୁଭଙ୍କର ରୁମ୍ରେ ଭୋଜି କରିବା ପାଇଁ ଯୁବତୀଙ୍କୁ କହିଥିଲା । ଏହା ସହ ଅନ୍ୟ ୩ ଜଣ ସାଙ୍ଗକୁ ମଧ୍ୟ ଭୋଜି ପାଇଁ ରୁମକୁ ଆଣିଥିଲା । ୪ ସାଙ୍ଗଙ୍କ ସହ ମିଶି ଯୁବତୀ ଜଣଙ୍କ ଭୋଜି କରିଥିଲେ ଏହାପରେ ସେଠାରେ ପ୍ରମେମିକ ସମେତ ତାର ସାଙ୍ଗମାନେ ମଦ ପିଇଭା ସହ ଯୁବତୀଙ୍କୁ ମଧ୍ୟ ମଦ ପିଆଇଥିଲେ । ଏହାପରେ ସମସ୍ତେ ମିଶି ତାଙ୍କୁ ଦୁଷ୍କର୍ମ କରିଥିଲେ ।
ଏହାର ଭିଡିଓ ଓ ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ । ଘଟଣା ସମ୍ପର୍କରେ କାହାକୁ କହିଲେ ଫଟୋ, ଭିଡିଓ ଭାଇରାଲ୍ କରିଦେବା ସହ ହତ୍ୟା ଧମକ ଦେଇଥିଲେ । ସେତିକିରେ ମନ ବୁଝି ନଥିଲା ଯେ, ପୁଣି ତାପରଦିନ ଯୁବତୀଙ୍କୁ ରୁମକୁ ଡାକିଥିଲେ । ମନା କରିବାରୁ ତାଙ୍କର ଭିଡିଓ ଓ ଫଟୋ ଅନ୍ୟ ସାଙ୍ଗ ମାନଙ୍କୁ ପଠାଇ ଥିଲେ । ଏନେଇ ଯୁବତୀ ଜଣଙ୍କ ତାଙ୍କ ପରିବାରକୁ ସବୁ ସତ କଥା କହିଥିଲେ । ପରେ ପରିବାର ପକ୍ଷରୁ ଇନଫୋଭ୍ୟାଲି ଥାନାରେ ଅଭିଯୋଗ ହୋଇଥିଲା ।
ଅଭିଯୋଗ ଆଧରରେ ପୋଲିସ ହଷ୍ଟେଲ୍ ରେ ଚଢ଼ାଉ କରି ୪ ଜଣ ଛାତ୍ରଙ୍କୁ ଗିରଫ କରିବା ସହ ସେମାନଙ୍କୁ ଜେରା କରି ସମସ୍ତ ସତ ଓଗାଳି ଥିଲା । ଏହା ପରେ ପୋଲିସ ୪ ଜଣଙ୍କୁ କୋର୍ଟଚାଲାଣ କରିଛି ।