Latest Odisha News

BREAKING NEWS

ଛତିଶଗଡ଼ ବନ ବିଭାଗର ବର୍ବରତା: ଓଡ଼ିଶାର ବ୍ୟକ୍ତିଙ୍କୁ ଉଠାଇ ନେଇ ଦିଆଗଲା ଅମାନବୀୟ ନିର୍ଯାତନା

ନୂଆପଡ଼ା: ଛତିଶଗଡ ମେନପୁର ବନବିଭାଗ କର୍ମଚାରୀଙ୍କ ବର୍ବରତା କାଣ୍ଡ ଏବେ ଚର୍ଚ୍ଚାରେ । ଜଣେ ନିରିହ ବ୍ୟକ୍ତିଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ଅମାନବୀୟ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଗତ ୧୦ ତାରିଖ ଦିନ କୁସୁମଖାଣ୍ଟା ଗାଁର ଜଳନ୍ଧର ବଗର୍ତ୍ତି ନାମକ ବ୍ୟକ୍ତିଙ୍କୁ ଗୋରୁ ଚରାଉଥିବା ବେଳେ ମେନପୁର ବନକର୍ମଚାରୀ ତାଙ୍କୁ ଉଠାଇ ନେଇଥିଲେ। ଏହାପରେ ବାଘ ଛାଲ ବ୍ୟବସାୟ ସନ୍ଦେହ କରି ଜଳନ୍ଧରଙ୍କୁ ରାତି ତମାମ ନିର୍ଯାତନା ଦିଆଯାଇଥିଲା।

ସେପଟେ ଜଳନ୍ଧରଙ୍କୁ ପରିବାର ଲୋକେ ନପାଇବାରୁ ସ୍ଥାନୀୟ ସମାଜସେବୀ ଓ ପୋଲିସ ସହାୟତାରେ ଛତିଶଗଡରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଜଳନ୍ଧର ମାଡ଼ ଖାଇବାର ଚାରି ଦିନ ବିତି ଯାଇଥିଲେ ହେଁ ଆଜି ମଧ୍ୟ ପୀଡିତଙ୍କ ଶରୀରର ବିଭିନ୍ନ ଅସଂଯମତ ସ୍ଥାନ ଗୁଡିକ କଳା ପଡି ଫୁଲିଯାଇଥିବା ଦେଖିବାକୁ ମିଳିଛି l ଏବେ ପୀଡିତ ଜଳନ୍ଧର ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିରୋଧରେ ବୋଡେନ ଥାନାରେ ଏତଲା ଦେଇଛନ୍ତି। ଓଡିଶା ପୋଲିସ କିମ୍ବା ବନବିଭାଗକୁ ଖବର ନଦେଇ ଉଠାଇ ନିଆଯାଇଥିଲା। ତେବେ କାହିଁକି ଏମିତି ହେଲା ସେଥିପାଇଁ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଜଣେ ନିରୀହ ନିର୍ଦ୍ଦୋଷୀଙ୍କୁ ମରଣାନ୍ତକ ଶାରୀରିକ ନିର୍ଯ୍ୟାତନା ମାନବ ଅଧିକାର ନିୟମ ଉଲଂଘନ କରିଛି l ଅପରପକ୍ଷରେ ନୂଆପଡାର ଜଣେ ବ୍ୟକ୍ତିକୁ ଛତିଶଗଡରେ ଶାରୀରିକ ନିର୍ଯ୍ୟାତନା ଦେବା ନୂଆପଡା ପ୍ରଶାସନ ସହ ଓଡିଶାର ସ୍ୱାଭିମାନରେ ପ୍ରଶ୍ନବାଚି ସୃଷ୍ଟି କରିଛି l ତୁରନ୍ତ ଏହି ଘଟଣାରେ ଜିଲ୍ଲା ପ୍ରଶାସନ ସହ ମାନବଧିକାର ହସ୍ତକ୍ଷେପ କରି ପୀଡିତ ବ୍ୟକ୍ତିଙ୍କୁ ନ୍ୟାୟ ପ୍ରଦାନ ସହ ଦୋଷୀ ବନ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.