ବେଙ୍ଗାଲୁରୁ: ଆଇପିଏଲ ୨୦୨୬ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ବିରାଟ କୋହଲି ଆକର୍ଷଣୀୟ ଶତକ ହାସଲ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ବିଜୟୀ କରାଇଛନ୍ତି । କ୍ରମାଗତ ୨ଟି ମ୍ୟାଚରେ ଶୂନରେ ଆଉଟ ହେବା ପରେ କୋହଲି ଶତକ ମାଧ୍ୟମରେ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ଏହି ମ୍ୟାଚରେ କୋହଲି ବ୍ୟାଟିଂ କରୁଥିବା ବେଳେ ଏ ଭଳି ଏକ ବାକ୍ୟ କହିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କୋହଲି ରନ ଚେଜ କରୁଥିବା ବେଳେ ସ୍କୁପ ଶଟ ଅଭ୍ୟାସ କରୁଥିଲେ । ସେ ସମୟରେ ମନୀଷ ପାଣ୍ଡେଙ୍କୁ କହିଥିଲେ ଆଉ ତ ଟିମ ଇଣ୍ଡିଆ ପକ୍ଷରୁ ଖେଳିବାକୁ ନାହିଁ । ଏବେ ସବୁ ପ୍ରକାର ଶଟ ଖେଳିବି । ଆନ୍ତର୍ଜାତୀୟ ଟି୨୦କୁ ଆଖି ଆଗରେ ରଖି ସେ ଏହା କହିଥିବା ଅନୁମାନ କରାଯାଉଛି । କୋହଲି ଆଇପିଏଲରେ କୌଣସି ଚାପରେ ନ ରହି ଆରାମରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ଆରସିବି ଏବେ ପ୍ଲେ ଅଫ ପ୍ରବେଶ ଆଶା ସମ୍ପୂର୍ଣ୍ଣ ଭାବେ ମଜଭୁତ କରିପାରିଛି । ସେ ୧୨ଟି ମ୍ୟାଚରେ ୫୩ରୁ ଊର୍ଦ୍ଧ୍ୱ ଆଭରେଜରେ ୪୮୪ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ ।