Latest Odisha News

BREAKING NEWS

NEET-UG 2026:ପେପର ଲିକ୍ ଘଟଣା;ଆଉ ୨ଜଣକୁ ବାନ୍ଧିଲା ସିବିଆଇ,୨୪ ଘଣ୍ଟାରେ ୧୪ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ: ନିଟ୍ ୟୁଜି-୨୦୨୬ ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ଘଟଣା । ଆଉ ଦୁଇ ଜଣଙ୍କୁ ମହାରାଷ୍ଟ୍ରରୁ ସିବିଆଇ ଗିରଫ କଲା । ଏହାକୁ ମିଶାଇ ୭ ଛୁଇଁଲା ମୋଟ ଗିରଫଦାରୀ ସଂଖ୍ୟା । ଚଢ଼ାଉ ସମୟରେ ସମୟରେ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ୍ ଫୋନ୍ ସମେତ ଅନେକ ଗୁଡିଏ ଅପରାଧିକ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରିଛି ସିବିଆଇ । ୨୪ ଘଣ୍ଟା ଭିତରେ ସାରା ଦେଶର ୧୪ଟି ସ୍ଥାନରେ ରେଡ୍‌ ହୋଇଛି ।

ବୁଧବାର ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଥିଲା ସିବିଆଇ । ଜୟପୁରରୁ ତିନି ଜଣ, ଗୁରୁଗ୍ରାମରୁ ଜଣେ ଏବଂ ନାସିକରୁ ଜଣେ । ସେମାନଙ୍କୁ ପଚରା ଉଚରା ସମୟରେ ଏହି ଦୁଇ ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିଥିଲା । ଯାହାକୁ ଆଧାର କରି ଆଜି ଏହି ଦୁଇ ଅଭିଯୁକ୍ତଙ୍କୁ ଉଠାଇ ଆଣିଛି । ଏହି ସମ୍ବନ୍ଧରେ ଆଉ କାହାର ଲିଙ୍କ ଅଛି ଆଉ ଏହି ଚେର କେଉଁ ଆଡେ ଲମ୍ବିଛି ସେନେଇ ତନାଘନା ଜାରି ରଖିଛି ସିବିଆଇ ।

ତେବେ ମେ’ ୩ ତାରିଖରେ ଅନୁଷ୍ଠିତ ଏହି ପରୀକ୍ଷାର ପ୍ରଶ୍ନପତ୍ର ଗୁରୁଗ୍ରାମର ଜଣେ ଡାକ୍ତରଙ୍କ ଠାରୁ ମୋଟା ଅଙ୍କର ଟଙ୍କା ପ୍ରାୟ ୩୦ ଲକ୍ଷରେ କିଣା ଯାଇଥିବା ଅଭିଯୋଗ ହୋଇଛି । ମେ’ ୩ରେ ପରୀକ୍ଷା ହେବାକୁ ଥିବା ବେଳେ ଏପ୍ରିଲ ୨୬ରେ ସେମାନଙ୍କୁ ମିଳିଥିଲା ପ୍ରଶ୍ନପତ୍ର । ପେପର ଲିକ୍ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଫାଇମା (FAIMA) ପକ୍ଷରୁ ଏନଟିଏ (NTA) କୁ ହଟାଇବା ଏବଂ ପୁନର୍ବାର ପରୀକ୍ଷା (Re-exam) କରାଇବା ପାଇଁ ଦାବି କରାଯାଇଛି ।

Leave A Reply

Your email address will not be published.