Latest Odisha News

BREAKING NEWS

ଥାଇଲାଣ୍ଡ ଓପନରୁ ସିନ୍ଧୁ ବିଦା, ସେମିରେ ସାତ୍ୱିକ-ଚିରାଗ

ନୂଆଦିଲ୍ଲୀ: ୨ ଥର ଅଲିମ୍ପିକ ପଦକ ଜିତିଥିବା ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁଙ୍କ ଅଭିଯାନ ଚଳିତ ଥାଇଲାଣ୍ଡ ଓପନ ସୁପର ସିରିଜ ବ୍ୟାଡମିଂଟନର ଶେଷ ହୋଇଛି । ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସେ ବିଶ୍ୱର ୩ ନମ୍ବର ଖେଳାଳି ଅକାନେ ୟାମାଗୁଚୀଙ୍କ ନିକଟରୁ ୨୧-୧୯, ୧୮-୨୧ ଓ ୧୫-୨୧ରେ ହାରି ଯାଇଛନ୍ତି । ସିନ୍ଧୁ ପୂର୍ବରୁ ଡେନମାର୍କର ଅମାଲିଏ ସ୍କଲଜଙ୍କୁ ୨୧-୧୩ ଓ ୨୧-୧୫ରେ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଥିଲେ । ତେବେ ଭାରତର ପୁରୁଷ ଡବଲ୍ସ ଯୋଡି ସାତ୍ୱିକ ସାଇରାଜ ଓ ଚିରାଶ ଶେଟ୍ଟୀ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ଭାରତୀୟ ଯୋଡି ଜାପାନର ତାକୁମୀ ନୋମୁରା ଓ ୟୁଇଚି ଶିମୋଗାମୀଙ୍କୁ ୨୧-୧୨ ଓ ୨୧-୧୩ରେ ପରାସ୍ତ କରିଥିଲେ । ଏହି ମ୍ୟାଚରେ ବିଜୟ ହାସଲ କରିବାକୁ ସେମାନଙ୍କୁ ୪୧ ମିନିଟ ସମୟ ଲାଗିଥିଲା । ୨୦୨୬ରେ ସେମାନେ ପ୍ରଥମ ଥର ପାଇଁ ୱାର୍ଲ୍ଡ ଟୁର ଇଭେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏହି ମ୍ୟାଚରେ ଭାରତୀୟ ଯୋଡି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ମ୍ୟାଚକୁ ରଖିଥିଲେ । ଜାପାନୀ ଯୋଡି ପ୍ରତ୍ୟାବର୍ତନ ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ ।

Leave A Reply

Your email address will not be published.