କେନ୍ଦ୍ରପଡ଼ା: ନିକଟରେ ମୁମ୍ବାଇରେ ତରଭୁଜ ଖାଇ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିବାବେଳେ, ଏବେ ଓଡିଶାର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସମାନ ଘଟଣା ସାମ୍ନାକୁ ଆସିଛି । ପଟ୍ଟାମୁଣ୍ଡାଇ ବ୍ଲକ କୁପୁଣି ଗାଁରେ ତରଭୁଜ ଖାଇବାରୁ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଥିବାବେଳେ, ଜଣଙ୍କର ଜୀବନ ଚାଲିଯାଇଛି । ମୃତକ ହେଲେ ୧୩ ବର୍ଷୀୟ ସ୍ବାଧୀନ ସେନାପତି ।
ଅନ୍ୟ ପରିବାର ସଦସ୍ୟଙ୍କୁ ପ୍ରଥମେ କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ, ପରେ ସେମାନଙ୍କ ଅବସ୍ଥାରେ ସୁଧାର ନଆଶିବାରୁ ସମସ୍ତଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, କୁପୁଣି ଗାଁର ମଳୟ ସେନାପତିଙ୍କ ପରିବାର ଶୁକ୍ରବାର ରାତିରେ ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ l କିଛି ସମୟ ପରେ ବାନ୍ତି ଓ ପତଳା ଝାଡ଼ା ହୋଇଥିଲେ l ୫ ଜଣ ଅସୁସ୍ଥ ହେବାରୁ ଜଣେ ସମ୍ପର୍କୀୟ ସେମାନଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ୧୩ ବର୍ଷୀୟ ସ୍ବାଧୀନ ସେନାପତିଙ୍କର ଚିକିତ୍ସାଧୀନଅବସ୍ଥାରେ ମୃତ୍ୟୁ ହୋଇଥିଲା ।
ଏହି ଖବର ବ୍ୟାପିବା ପରେ ସମସ୍ତଙ୍କ ମନରେ ଭୟର ବାତ୍ତାବରଣ ଦେଖାଦେଇଛି । କାରଣ ଏବେ ଗ୍ରୀଷ୍ମ ଋତୁ ଚାଲିଥିବା ବେଳେ, ସମସ୍ତେ ତରଭୁଜ ଖାଇଥାନ୍ତି ବା ଖାଇବାକୁ ବେଶ ପସନ୍ଦ କରିଥାନ୍ତି ହେଲେ ମୁମ୍ବାଇ ପରେ କେନ୍ଦ୍ରାପଡାର ଏହି ଘଟଣା ସମସ୍ତଙ୍କ ମନରେ ଏରକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି ।