Latest Odisha News

BREAKING NEWS

ସୈଫ୍ ଅଲ୍ଲୀ ଖାନଙ୍କ ଖୁଲାସା; “ମୈଁ ଖିଲାଡି ତୁ ଅନାରୀ” ହଲିଉଡ୍ ଫିଲ୍ମର ରିମେକ୍ ଥିଲା

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ ଏବେ ତାଙ୍କର ନୂଆ ଚଳଚ୍ଚିତ୍ର “କର୍ତ୍ତବ୍ୟ” ପାଇଁ ଚର୍ଚ୍ଚାରେ ଅଛନ୍ତି। ଯାହା ଆଜି Netflix ରେ ପ୍ରିମିୟର ହୋଇଛି। ନିଜ କ୍ୟାରିଅରରେ ସୈଫ୍ ଅଲ୍ଲୀ ଖାନ ଅନେକ ଭୂମିକାରେ ଅଭିନୟ କରିଛନ୍ତି। ଯଦିଓ ସେ ତାଙ୍କ ପ୍ରାରମ୍ଭିକ କ୍ୟାରିଅରରେ ମୁଖ୍ୟତଃ ରୋମାଣ୍ଟିକ ଭୂମିକାରେ ଅଭିନୟ କରିଥିଲେ। କେବଳ ରୋମାଣ୍ଟିକ ଭୂମିକା ନୁହେଁ ସେ ଜଣେ ପୋଲିସ ଅଧିକାରୀଙ୍କ ଚରିତ୍ରରେ ମଧ୍ୟ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

“ସାକ୍ରେଡ୍ ଗେମ୍ସ” ଏବଂ “କର୍ତ୍ତବ୍ୟ” ପୂର୍ବରୁ ସେ ୧୯୯୪ ମସିହାରେ “ମୈଁ ଖିଲାଡି ତୁ ଅନାରୀ” ଫିଲ୍ମରେ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ। ଯାହା ଖୁବ୍ ଲୋକପ୍ରିୟ ହୋଇଥିଲା।

ଏକ ସାକ୍ଷାତକାରରେ ସେ କହିଥିଲେ ଯେ “ମୈଁ ଖିଲାଡି ତୁ ଅନାରୀ” ରେ ମୁଁ ପ୍ରଥମ ଥର ପାଇଁ ଜଣେ ପୋଲିସ ଅଧିକାରୀଙ୍କ ପୋଷାକ ପିନ୍ଧିଥିଲି। ମୋ ବିପକ୍ଷରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ହଲିଉଡ୍ ଚଳଚ୍ଚିତ୍ର “ଦି ହାର୍ଡ ୱେ” ର ଏକ କପି ଥିଲା। ଯାହାର କୌଣସି କପିରାଇଟ୍ ନଥିଲା। ଏହି ଫିଲ୍ମ ପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମୋତେ ପରାମର୍ଶ ଦେଇଥିଲେ, “ତୁମେ କେବଳ ରୋମାଣ୍ଟିକ ଭୂମିକା କରିବା ଉଚିତ୍। ପୋଲିସ ଭୂମିକା ତୁମକୁ ଫିଟ୍ ହେଉ ନାହିଁ। ଏହି ଭୂମିକାଗୁଡ଼ିକ କେବଳ ପ୍ରମୁଖ ଅଭିନେତାମାନଙ୍କୁ ସୁହାଏ।”

ଅପରପକ୍ଷରେ ବର୍ତ୍ତମାନ ସୈଫଙ୍କ ନୂଆ ଫିଲ୍ମ “କର୍ତ୍ତବ୍ୟ” ୧୫ ମେ ରେ ମୁକ୍ତିଲାଭ କରିଥିଲା। ଯେଉଁଥିରେ ସୈଫ୍ ଜଣେ ସଚ୍ଚୋଟ ପୋଲିସ ଅଫିସର ଭୂମିକାରେ ଅଭିନୟ କରିଥିଲେ। ଏହି ୱେବ୍ ସିରିଜ୍ ଗୌରୀ ଖାନଙ୍କ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଏବଂ ପୁଲକିତଙ୍କ ଦ୍ୱାରା ନିର୍ଦ୍ଦେଶିତ। ସୈଫଙ୍କ ସହ ରସିକା ଦୁଗ୍ଗଲ୍, ଜାକିର ହୁସେନ୍, ସଞ୍ଜୟ ଚୌଧୁରୀ, ସୌରଭ ଦ୍ୱିବେଦୀ ଏବଂ ମନୀଷ ଚୌଧୁରୀ ଅଭିନୟ କରିଛନ୍ତି। ସେ ପୂର୍ବରୁ ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ନେଟଫ୍ଲିକ୍ସ ଫିଲ୍ମ “ଜୁଏଲ୍ ଥିଫ୍: ଦି ରେଡ୍ ସନ୍ ଚାପ୍ଟର”ରେ ମଧ୍ୟ ଦେଖାଦେଇଥିଲେ।

Leave A Reply

Your email address will not be published.