Latest Odisha News

BREAKING NEWS

CBSE ନବମ, ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଏବଂ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (NCF-SE) ୨୦୨୩ ଅନ୍ତର୍ଗତ ୯ମ ଏବଂ ୧୦ମ ଶ୍ରେଣୀ ପାଇଁ ଭାଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିଛି।

ବୋର୍ଡ ଅନୁଯାୟୀ, ଜୁଲାଇ ୧, ୨୦୨୬ ଠାରୁ ୯ମ ଶ୍ରେଣୀରେ ତିନୋଟି ଭାଷା (R1, R2, R3) ଅଧ୍ୟୟନ ବାଧ୍ୟତାମୂଳକ ହେବ। ଯେଉଁଥିରେ ଅତି କମରେ ଦୁଇଟି ଭାରତୀୟ ମୂଳ ଭାଷା ରହିବ।

CBSE ସ୍ପଷ୍ଟ କରିଛି ଯେ ଯଦି ଜଣେ ଛାତ୍ର ଏକ ବିଦେଶୀ ଭାଷା ଅଧ୍ୟୟନ କରିବାକୁ ଚାହାଁନ୍ତି ତେବେ ଅନ୍ୟ ଦୁଇଟି ଭାଷା ଭାରତୀୟ ହେଲେ ହିଁ ଏହାକୁ ତୃତୀୟ ଭାଷା ଭାବରେ ଚୟନ କରାଯାଇପାରିବ। ନଚେତ୍ ବିଦେଶୀ ଭାଷାକୁ ଅତିରିକ୍ତ ଚତୁର୍ଥ ଭାଷା ଭାବରେ ଅଧ୍ୟୟନ କରିବାକୁ ପଡିବ। ଏହି ବ୍ୟବସ୍ଥା ୨୦୨୬-୨୭ ଅଧିବେଶନରୁ କାର୍ଯ୍ୟକାରୀ ହେବ। ଅପରପକ୍ଷରେ ଦଶମ ବୋର୍ଡ ପରୀକ୍ଷାରେ ତୃତୀୟ ଭାଷା ପରୀକ୍ଷା ଦେବାକୁ ପଡ଼ିବନି।

ବୋର୍ଡ ଅନୁଯାୟୀ, NCERT ଦ୍ୱାରା ପ୍ରକାଶିତ ନୂଆ ପାଠ୍ୟକ୍ରମ ଅନୁସାରେ ଏହି ପରିବର୍ତ୍ତନ କରାଯାଉଛି। CBSE କହିଛି ଯେ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବର୍ତ୍ତମାନ R3 ପାଠ୍ୟପୁସ୍ତକ ଉପଲବ୍ଧ ନାହିଁ। ତେଣୁ ଷଷ୍ଠ ଶ୍ରେଣୀ ପାଇଁ ୨୦୨୬-୨୭ ସଂସ୍କରଣର R3 ପାଠ୍ୟପୁସ୍ତକ ବ୍ୟବହାର କରାଯିବ। ସେହିପରି ତୃତୀୟ ଆଞ୍ଚଳିକ ଭାଷାରେ ‘ଓଡ଼ିଆ’ ସହିତ ୧୯ଟି ଭାଷା ସ୍ଥାନିତ।

Leave A Reply

Your email address will not be published.