Latest Odisha News

ଭୁଶୁଡି ପଡିଲା ନିର୍ମାଣାଧୀନ କାନ୍ଥ, ଚାଲିଗଲା ଶ୍ରମିକଙ୍କ ଜୀବନ

ପୁରୀ: ପୁରୀ ଚକ୍ରତୀର୍ଥ ରୋଡ୍ ରେ ଅଘଟଣ । ନିର୍ମାଣାଧୀନ କାନ୍ଥ ପଡିବା ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତ ଶ୍ରମିକଙ୍କ ପରିଚୟ ଜଗତସିଂହପୁର ଅଞ୍ଚଳର ପପୁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି ।

ତେବେ ପୁରୀ ଚକ୍ରତୀର୍ଥ ରୋଡ୍ ନିକଟରେ ଥିବା ଦୂର୍ଗା ଲଜରେ ଶ୍ରମିକ ମାନେ କାମ କରୁଥିଲେ । ଏହି ସମୟରେ ଶ୍ରମିକମାନଙ୍କ ଉପରେ କାନ୍ଥ ଭୁଶୁଡ଼ି ଯାଇଥିଲା । ଅନ୍ୟମାନେ ବାହାରି ଆସିଥିବାବେଳେ, ପପୁ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ । ଏହାପରେ ଉକ୍ତ ଅଞ୍ଚଳରେ ଥିବା ଲୋକେ ।

ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ । ତେବେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଭୁଶୁଡ଼ି ପଡ଼ିଥିବା କାନ୍ଥ ତଳୁ ଶ୍ରମିକଙ୍କୁ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହକୁ ଜବତ କରି ବଚ୍ଛେଦ ପାଇଁ ପଠାଇଛି ।

ତେବେ କେଉଁ ପରିସ୍ଥିତିରେ ଏତେ ବଡ ଅଘଟଣ ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.