Latest Odisha News

BREAKING NEWS

ଆଟାଂର୍କଟିକା ସହ କଣ ରହିଛି ଭାରତର ସମ୍ପର୍କ

ନୂଆଦିଲ୍ଲୀ: ବରଫ ଆଚ୍ଛାଦିତ ଆଟାଂର୍କଟିକା ସହ ରହିଛି ଭାରତ ଭୂଖଣ୍ଡର ରହସ୍ୟମୟ ସମ୍ପର୍କ । ବିଶ୍ୱାସ ହେଉ ନ ଥିଲେ ବି ଏହା ସତ୍ୟ । ଏକ ଗବେଷଣାରେ ଜଣାପଡିଛି ଯେ, ଭାରତ ଓ ଆଟାଂର୍କଟିକା ଭୂଖଣ୍ଡ ଲାଗି କରି ଥିଲେ । ସେମାନଙ୍କୁ ଏକ ବଡ ପର୍ବତମାଳା ଅଲଗା କରୁଥିଲା । ଅବଶ୍ୟ ଏହା କୋଟି କୋଟି ବର୍ଷ ତଳର ଅନୁମାନ । ନିକଟରେ ଭାରତୀୟ ବୈଜ୍ଞାନିକମାନେ ଆନ୍ଧ୍ରପ୍ରଦେଶର କେତେକ ଚଟାଣକୁ ନେଇ ସେମାନେ ଅଧ୍ୟୟନ କରିବା ପରେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରିଛନ୍ତି । ଏଠାରେ ମିଳିଥିବା ପଥର ଓ ଆଟାର୍କଂଟିକାରେ ଦେଖାଯାଉଥିବା ପ୍ରସ୍ତରଖଣ୍ଡ ମଧ୍ୟରେ ଅନେକ ସମାନତା ରହିଥିଲା ।

ଭାରତ ପ୍ରଥମେ ସୁପରକଂଟିନେଂଟ ଗୋଡୱାନର ଅଂଶବିଶେଷ ଥିଲା । ପରେ ଧରିତ୍ରୀର ଟେକ୍ନୋନିକ ପ୍ଲେଟରେ ବହୁତ ପରିବର୍ତନ ହୋଇଥିଲା । ଧୀରେ ଧୀରେ ବଡ ବଡ ଭୂଭାଗ ପରସ୍ପରଠାରୁ ଅଲଗା ହେବାରେ ଲାଗିଥିଲେ । ପରେ ସମୂଦ୍ର ଓ ପର୍ବତମାଳା ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଅଲଗା କରିଥିଲା । ଗ୍ରେନୁଲାଇଟ ନାମକ ଏକ ପଥରର ପରୀକ୍ଷଣ ଏହା ସ୍ପଷ୍ଟ ହୋଇଥିଲା । ଜିରକନ ନାମକ ଖଣିଜ ପଦାର୍ଥ ଏହା ମଧ୍ୟରେ ରହିଥାଏ । ଯାହାକି ଅତ୍ୟଧିକ ଗରମ ଓ ଚାପରେ ମଧ୍ୟ ପରିବର୍ତନ ହୋଇ ନ ଥାଏ । ଉଭୟ ସ୍ଥାନରେ ଏହି ପଥର ମିଳିଛି । ଏହା ଉପରେ ଗବେଷକମାନେ ଅଧ୍ୟୟନ ଜାରୀ ରଖିଛନ୍ତି । ମହାଦ୍ୱୀପ କିପରି ଗଠନ ହୋଇଥିଲା ଏହାର ରହସ୍ୟ ମଧ୍ୟ ଖୋଲିବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.