Latest Odisha News

BREAKING NEWS

ଗ୍ରାଣ୍ଡ କ୍ରସ୍ ଅଫ୍‌ ରୟାଲ ନରୱେଜିଆନ ଅର୍ଡର ଅଫ୍ ମେରିଟରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନରୱେର ସର୍ବୋଚ୍ଚ ସମ୍ମାନ ସମ୍ମାନିତ ହେଲେ ପିଏମ୍ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଓସଲୋଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ନରୱେର ମହାମହିମ ରାଜା ହେରାଲ୍ଡ ପଞ୍ଚମଙ୍କ ଦ୍ୱାରା ‘ଗ୍ରାଣ୍ଡ କ୍ରସ୍ ଅଫ୍‌ ରୟାଲ ନରୱେଜିଆନ ଅର୍ଡର ଅଫ୍ ମେରିଟରେ’ (Grand Cross of the Royal Norwegian Order of Merit) ସମ୍ମାନିତ କରାଯାଇଛି। ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ପ୍ରଦାନ କରାଯାଇଥିବା ଏହି ପୁରସ୍କାର ନରୱେର ସର୍ବୋଚ୍ଚ ସମ୍ମାନ। ନରୱେ ଏବଂ ମାନବତାର ହିତରେ ଉତ୍କୃଷ୍ଟ ସେବାର ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ, ଏହି ସମ୍ମାନ ପାଇଁ ନରୱେର ମହାମହିମ ରାଜା ହେରାଲ୍ଡ ପଞ୍ଚମ ଏବଂ ନରୱେର ଜନସାଧାରଣଙ୍କ ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି। ଭାରତ ଏବଂ ନରୱେ ମଧ୍ୟରେ ଐତିହାସିକ ବନ୍ଧୁତାକୁ ଏହି ପୁରସ୍କାର ଉତ୍ସର୍ଗ କରି, ସେ ଏହାକୁ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଅଟଳ ସମ୍ପର୍କ, ବିଶ୍ୱାସ ଏବଂ ସ୍ନେହ ପ୍ରତି ଶ୍ରଦ୍ଧାଞ୍ଜଳି ଭାବରେ ବର୍ଣ୍ଣନା କରିଛନ୍ତି। ଏହି ସମ୍ମାନ ଭାରତ ଏବଂ ନରୱେ ମଧ୍ୟରେ ବିଦ୍ୟମାନ ସଦ୍ଭାବନାର ଗଭୀର ବନ୍ଧନର ପ୍ରତୀକ ଏବଂ ଭବିଷ୍ୟତରେ ସେମାନଙ୍କର ବନ୍ଧୁତା ଏବଂ ସହଯୋଗର ଯାତ୍ରାକୁ ମାର୍ଗଦର୍ଶନ କରିବ।

ସୂଚନାଥାଉକି ଆଜି ସ୍ୱିଡେନ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛନ୍ତି। ସ୍ଵିଡେନ ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୟାଲ୍ ଅର୍ଡର ଅଫ୍ ଦି ପୋଲାର୍ ଷ୍ଟାର କମାଣ୍ଡର ଗ୍ରାଣ୍ଡ୍ କ୍ରସ୍ (Royal Order Of Polar Star)ରେ ସମ୍ମାନିତ କରିଛନ୍ତି। ଏହାକୁ ସ୍ୱିଡେନର ଯେକୌଣସି ଦେଶର ସରକାର ମୁଖ୍ୟଙ୍କୁ ଦିଆଯାଇଥିବା ସର୍ବୋଚ୍ଚ ଏବଂ ସବୁଠାରୁ ମର୍ଯ୍ୟାଦାଜନକ ସମ୍ମାନ ଭାବରେ ବିବେଚନା କରାଯାଏ। ଏହି ସମ୍ମାନ ସହିତ ପ୍ରଧାନମନ୍ତ୍ରୀ ମୋଦି ଏପର୍ଯ୍ୟନ୍ତ ମୋଟ ୩୨ଟି ଆନ୍ତର୍ଜାତୀୟ ସମ୍ମାନ ପାଇଛନ୍ତି, ଯେଉଁଥିରେ ବିଶ୍ୱର ବିଭିନ୍ନ ଦେଶ ଦ୍ୱାରା ତାଙ୍କୁ ଦିଆଯାଇଥିବା ସର୍ବୋଚ୍ଚ ନାଗରିକ ଏବଂ ରାଜକୀୟ ସମ୍ମାନ ଅନ୍ତର୍ଭୁକ୍ତ।

Leave A Reply

Your email address will not be published.