ରାୟଗଡ଼ା: ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ରାୟଗଡ଼ାର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ମଳୟ କୁମାର ନାୟକ କୋଲନରା ବ୍ଲକରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ଯରତ ଅଛନ୍ତି। ରାୟଗଡା ସହରର ରାଉତ କଲୋନୀ ସ୍ଥିତ ବାସଭବନ, କୋଳନରା କାର୍ଯ୍ୟାଳୟ ଓ ବ୍ରହ୍ମପୁରର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ପକ୍ଷରୁ ଚାଲିଥିବା ଚଢାଉରେ ୫ଟି ଟିମ୍ ସାମିଲ୍ ଅଛନ୍ତି। ରେଡ ବେଳେ ସୁନା, ବିଭିନ୍ନ ବ୍ୟାଙ୍କ ପାସବୁକ, ନଗଦ ଟଙ୍କା ଜବତ ହୋଇଛି। ଚଢାଉ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସଂପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି।
ସେହିପରି ଗତକାଲି ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ବର ଶବରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । କୁବେର ଯନ୍ତ୍ରୀଙ୍କ ଅଚଳାଚଳ ସଂପତ୍ତି ରହିଛି । ମାଳମାଳ ବଲ୍ଡିଂ, ପୁଳାପୁଳା ପ୍ଲଟ । ଜମିଦାର ଇଞ୍ଜିନିୟରଙ୍କର ରହିଛି ମୋଟ ୮୩ ଏକରର ୯୭ ପ୍ଲଟ । ୧୭ ଏକର ଜମିରେ ରହିଛି ୨ ଫାର୍ମହାଉସ, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ । ୫ କୋଠାଘର ଠାବ ହୋଇଥିବା ବେଳେ ସେଥିରେ ରହିଛି ୪ ବହୁତଳ ପ୍ରାସାଦ । ଭବାନୀପାଟଣା ଆର ଆଣ୍ଡ ବି ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ରେଡ୍ ବେଳେ ଠାବ ହୋଇଥିଲା ଅଚଳାଚଳ ସଂପତ୍ତି ।