Latest Odisha News

BREAKING NEWS

ରେଲୱେରେ ୧୧,୧୨୭ ନିଯୁକ୍ତି ସୁଯୋଗ, ଜୁନ୍ ୧୪ ଯାଏଁ ଚାଲିବ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ରେଳବାଇରେ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ରେଲୱେ ନିଯୁକ୍ତି ବୋର୍ଡ ୧୧,୧୨୭ଟି ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି । ଚଳିତ ମେ’ ୧୫ ତାରିଖରୁ ଆରମ୍ଭ ହୋଇଥିବା ଅନଲାଇନ୍ ଆବେଦନ ପ୍ରକ୍ରିୟା ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ ITI, ଡିପ୍ଲୋମା କିମ୍ବା ସମ୍ପୃକ୍ତ ବିଭାଗରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
ବୟସ ସୀମା: ୧ ଜୁଲାଇ ୨୦୨୬ ସୁଦ୍ଧା ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଜରୁରୀ। ସରକାରୀ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ଼ ମିଳିବ ।
ଦରମା: ମନୋନୀତ ପ୍ରାର୍ଥୀଙ୍କୁ ପେ-ଲେଭଲ୍-୨ ଅନୁଯାୟୀ ମାସିକ ୧୯,୯୦୦ ଟଙ୍କା ମୂଳ ଦରମା ସହ ଅନ୍ୟାନ୍ୟ ରେଳବାଇ ଭତ୍ତା ମଧ୍ୟ ମିଳିବ।

ତେବେ ଏହି ନିଯୁକ୍ତିରେ ଶାରୀରିକ ମାନଦଣ୍ଡ ଏବଂ ଆଖିର ସୁସ୍ଥତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଯେଉଁ ପ୍ରାର୍ଥୀମାନେ ଲାସିକ୍ (Lasik) ସର୍ଜରୀ କରିଛନ୍ତି, ସେମାନେ ଏହି ପଦବୀ ପାଇଁ ଅଯୋଗ୍ୟ ବିବେଚିତ ହେବେ।

ଏହି ମେଗା ନିଯୁକ୍ତି ପ୍ରକ୍ରିୟା ଦେଶର ବିଭିନ୍ନ ଆରଆରବି ଜୋନ୍ ଯେପରିକି ଅହମଦାବାଦ, ଅଜମେର, ବେଙ୍ଗାଲୁରୁ, ଭୋପାଳ, ଚଣ୍ଡିଗଡ଼, ଚେନ୍ନାଇ, ଗୋରଖପୁର, ଗୁଆହାଟୀ, କୋଲକାତା, ମୁମ୍ବାଇ, ପାଟନା, ପ୍ରୟାଗରାଜ, ରାଞ୍ଚି ଏବଂ ସିକନ୍ଦରାବାଦ ସମେତ ଅନ୍ୟାନ୍ୟ ଜୋନ୍ ଦ୍ୱାରା ପରିଚାଳିତ ହେବ । ଜୋନ୍ ୱାଇଜ୍ ଭ୍ୟାକାନ୍ସିର ଶର୍ଟ ନୋଟିଫିକେସନ୍ ମଧ୍ୟ ଜାରି କରାଯାଇଛି । ତେଣୁ ଯୋଗ୍ୟ ପ୍ରାର୍ଥୀମାନେ ବିଳମ୍ବ ନକରି ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ ।

Leave A Reply

Your email address will not be published.