Latest Odisha News

BREAKING NEWS

ଅଘୋଷିତ ବିଦ୍ୟୁତ କାଟକୁ ନେଇ ବଢୁଛି ଅସନ୍ତୋଷ, ପ୍ରତିକ୍ରିୟା ରଖିଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ବର: ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସାଙ୍ଗକୁ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଲୋକେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟୁତ କାଟକୁ ନେଇ ଅନେକ ସ୍ଥାନରେ ଉତ୍ତେଜନା ମଧ୍ୟ ଦେଖାଦେଇଛି । ଏହି ସମୟ ମଧ୍ୟରେ ମୁହଁ ଖୋଲିଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ବିଦ୍ୟୁତ୍‌ କାଟ୍‌କୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଯେଉଁପରି ହିଟ୍ ଓ୍ବେଭେ ଚାଲିଛି, ତାହା କାହାରି ହାତରେ ନାହିଁ । ଏପରିକି ପିକ୍‌ ହିଟ୍‌ ସମୟରେ ବିଦ୍ୟୁତ ଚାହିଦା ଅଧିକ ରହୁଛି । ଲୋକେ ଅଧିକ ମାତ୍ରାରେ ଏସି ବ୍ୟବହାର କରୁଛନ୍ତି । ଫଳରେ ଓଭରଲୋଡ୍‌ ହେଉଛି ଏବଂ ଟ୍ରାନ୍ସଫର୍ମର ବର୍ଣ୍ଣ ଆଉଟ୍‌ ମଧ୍ୟ ହେଉଛି । ତଥାପି ଶୀଘ୍ର ରିଷ୍ଟୋର୍ କରିବା ପାଇଁ ଆମେ ବ୍ୟବସ୍ଥା କରୁଛୁ ।

ଲୋକେ ଯେପରି ନିରନ୍ତର ବିଦ୍ୟୁତ ସେବା ପାଇବେ ଆମେ ଚେଷ୍ଟା କରୁଛୁ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ କେ.ଭି.ସିଂହଦେଓ ।

ତେବେ କିଛିଦିନ ପୂର୍ବରୁ ଅଘୋଷିତ ବିଦ୍ୟୁତ କାଟ୍ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲେ ଏବେ ମୁଖ୍ୟମନ୍ତ୍ରୀଙ୍କ କଥାକୁ ମଧ୍ୟ ବିଦ୍ୟୁତ ବିତରଣ କମ୍ପାନୀ ଫୁ କରି ଉଡେଇଦେଉଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.