Latest Odisha News

BREAKING NEWS

ଏଣିକି ପ୍ରେସକ୍ରିପସନ ଦେଖାଇଲେ ହିଁ ମିଳିବ ‘ପ୍ରେଗାବାଲିନ୍‌’, ଖୁବ ଶୀଘ୍ର ଲାଗୁ ହେବ ନୂଆ ନିୟମ

ଭୁବନେଶ୍ୱର: ଆଉ ବିନା ପ୍ରେସକ୍ରିପସନରେ ମିଳିବନି ‘ପ୍ରେଗାବାଲିନ’ ଔଷଧ । କେବଳ ପ୍ରେସକ୍ରିପସନ ଦେଖାଇଲେ ହିଁ ସ୍ନାୟୁଗତ ଯନ୍ତ୍ରଣା ପାଇଁ ବିକ୍ରି ହେଉଥିବା ଏହି ଔଷଧ ମିଳିପାରିବ । ଆସନ୍ତା ୬ ମାସ ମଧ୍ୟରେ ଏନେଇ ନୂଆ ନିୟମ ଲାଗୁ ହେବ ବୋଲି କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ସରକାରୀ ଗେଜେଟ୍ ନୂଆ ନିୟମ ପ୍ରକାଶ ପାଇବାର ୬ ମାସ ପରେ ଏହା ସାରା ଦେଶରେ କାର୍ଯ୍ୟକାରୀ ହେବ । ଔଷଧ ନିର୍ମାତା, ବିତରକ, ହୋଲସେଲର, ରିଟେଲର ଏବଂ ଫାର୍ମାସିଷ୍ଟଙ୍କ ସମେତ ସମସ୍ତ ଅଂଶୀଦାରଙ୍କୁ ବିଜ୍ଞପ୍ତିର ସମସ୍ତ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ‘ପ୍ରେଗାବାଲିନ୍’କୁ ଯୁବ ପିଢ଼ିଙ୍କ ଦ୍ୱାରା ନିଶା ପାଇଁ ବ୍ୟବହାର ହେଉଥିବା ଜଣାପଡ଼ିବା ପରେ ଏଥିରେ ରୋକ ଲଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ଡ୍ରଗ୍ସ ଏବଂ କସମେଟିକ୍ସ ନିୟମ ୧୯୪୫ ଅଧୀନରେ ପୂର୍ବରୁ ଥିବା ‘ସିଡ୍ୟୁଲ୍ ଏଚ୍’ରେ ଥିବା ପ୍ରେଗାବାଲିନକୁ ‘ସିଡ୍ୟୁଲ୍ ଏଚ୍ ୧’ ଅଧୀନକୁ ଅଣାଯାଇଛି । ନୂଆ ସଂଶୋଧିତ ବର୍ଗୀକରଣ ଅନୁଯାୟୀ, ପ୍ରେଗାବାଲିନ୍ କେବଳ ପଞ୍ଜୀକୃତ ଚିକିତ୍ସକଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରେସକ୍ରିପସନ୍ ଦେଖାଇବା ପରେ ହିଁ ଦୋକାନୀ ବିକ୍ରି କରିପାରିବେ ।

Leave A Reply

Your email address will not be published.